ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-3ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ,୧୪।୭:ଚନ୍ଦ୍ରପୃଷ୍ଠକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-3। ଉତ୍‌କ୍ଷେପଣ ହେଲା ଚନ୍ଦ୍ରୟାନ-୩ । ଆନ୍ଧ୍ର ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚପ୍ୟାଡରୁ ହେଲା ଉତ୍‌କ୍ଷେପଣ । ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଚନ୍ଦ୍ରୟାନ-୩ର ଯାତ୍ରା ଆରମ୍ଭ ହୋଇସାରିଛି । ବିଶାଳକାୟ LVM3-M4ରୁ ଉତକ୍ଷେପଣ ହେଲା ଚନ୍ଦ୍ରୟାନ-୩ ।ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-3ର ଉତକ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ 2ଟା 35ରେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-3।ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇଛି। ଭୂପୃଷ୍ଠ ଛାଡିବାର 16 ମିନିଟ ପରେ 180 କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି। ଆସନ୍ତା ଅଗଷ୍ଟ 23 କିମ୍ବା 24ରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ଯାଣ୍ଡିଂ ହେବ, ଯାହା ଉପରେ ପୁରା ବିଶ୍ୱର ନଜର। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡିଂ ପାଇଁ ସ୍ଥାନ ଚୟନ କରିଛି ଇସ୍ରୋ। ଅବତରଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହେବ।ଏଥିସହ ପରୀକ୍ଷଣ ସଫଳ ହେଲେ ଭାରତକୁ ଭବିଷ୍ୟତରେ ସୌର ମଣ୍ଡଳ ବାହାରେ ଗ୍ରହ ଖୋଜିବା ଏବଂ ସେଠାରେ ଜୀବ ସତ୍ତା ଜାଣିବା ସହଜ ହୋଇଯିବ। LVM3-M4 ରକେଟ୍ ଯୋଗେ ଚନ୍ଦ୍ରପୃଷ୍ଠକୁ ବିକ୍ରମ ଲ୍ୟାଣ୍ଡର ଏବଂ ରୋଭର ପ୍ରଜ୍ଞାନ ପ୍ରେରଣ କରାଯାଇଛି । ବିକ୍ରମ ଲ୍ୟାଣ୍ଡରରେ ଥିବା ଚାରୋଟି ପେ-ଲୋଡ୍ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ସଠିକ୍ ଦୂରତା ଚିହ୍ନଟ କରିବ, ଚନ୍ଦ୍ରପୃଷ୍ଠ କିପରି ଉତ୍ତାପକୁ ପ୍ରବାହିତ କରେ ସେ ବାବଦରେ ସୂଚନା ଦେବ। ପ୍ରଜ୍ଞାନ ରୋଭରରେ ଲାଗିଥିବା ଏକ୍ସ-ରେ ଏବଂ ଲେଜର୍ ଚନ୍ଦ୍ରପୃଷ୍ଠର କମ୍ପୋଜିସନ ବାବଦରେ ତଥ୍ୟ ପଠାଇବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!