ମାଲକାନଗିରି: ଆଜି ୧୨ ଘଂଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ। ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି। ଆଜି ଜିଲ୍ଲାର ଅଧିକାଂଶ ସ୍ଥାନରେ ବନ୍ଦର ପ୍ରଭାବ ପରିଲକ୍ଷିତ ହେଉଛି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏହି ବନ୍ଦ ପାଳନ କରାଯାଉଛି। କଂଗ୍ରେସ ନଗର ସଭାପତି ଜି.ଶ୍ରୀନିବାସ ରାଓ, ମାଲା ମାଢ଼ି, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣଚନ୍ଦ୍ର ଅନୁଗୁ, ମଙ୍ଗୁ ଖୀଲ, ଧର୍ନୁଜୟ ହନ୍ତାଳ, ଭୀମା ବାରସେ, ପ୍ରାଣକୃଷ୍ଣ ମଣ୍ଡଳ, ପଦ୍ମ ପାଙ୍ଗୀ, ପର୍ଶୁରାମ ଭକ୍ତ, ପୁଷ୍ପା କବାସୀ, ଇଶାକ ଖୋସଲା, ଶ୍ୟାମ ସେଠୀ ପ୍ରମୁଖ କଂଗ୍ରେସ ନେତା ଏହି ବନ୍ଦ ପାଳନ ସମୟରେ ସକ୍ରିୟ ଥିବା ଜଣାଯାଇଛି। ମାଲକାନଗିରି ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ଓ ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଥିବା ବେୟଳେ ତାହାର କୌଣସି ସମାଧାନ ହୋଇପାରିନାହିଁ। ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଛି। ଦଳ ପକ୍ଷରୁ ଗାଡି ଚଳାଚଳ ଠାରୁ ଆରମ୍ଭ କରି ବିଦ୍ୟାଳୟ, ଦୋକାନ, ବଜାର, ସରକାରୀ ଓ ବେସରକାରୀ ସମସ୍ତ ଅନୁଷ୍ଠାନ ବନ୍ଦ କରାଯାଉଥିବା ଜଣାଯାଇଛି।କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ୨୦୧୮ ମସିହାରେ ମାଲକାନଗିରି ଠାରେ ୭ ମହଲା ବିଶିଷ୍ଟ ଚିକିତ୍ସାଳୟ ଶୁଭାରମ୍ଭ ହେଲା କିନ୍ତୁ ଡାକ୍ତର ଅଭାବ ପୂରଣ ହୋଇପାରୁନାହିଁ। କେବଳ ଯେ ଡାକ୍ତର ନୁହେଁ ତା ସହିତ ନର୍ସିଂ ଅଫିସର, ସ୍ବାସ୍ଥ୍ୟକର୍ମୀ ଓ ବିଶେଷଜ୍ଞ ପଦବୀ ଖାଲି ପଡିଛି। ଏଥିସହ ମାଲକାନଗିରି ଜିଲ୍ଲାରେ ଏଣୁ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲା ବନ୍ଦ ଡାକରା ଦେଇଛି। ଚକ ଅଖ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ବନ୍ଦ ରହିଛି। କଂଗ୍ରେସର ୫ ଦଫା ଦାବି ଗୁଡିକ ହେଲା ୨୦୧୮ରୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାକୁ ୩୦୦ ଶଯ୍ୟା ଘୋଷଣା କରି ନାମକୁ ମାତ୍ର ଚିକିତ୍ସା ବୁବିଧା ଯୋଗାଇ ଦିଆଯାଉଛି, ଜିଲାରେ ଶିକ୍ଷାର ଅବ୍ୟବସ୍ଥା, ଜିଲ୍ଲାଭିତିକ ନିଯୁକ୍ତି, ବିଡି କଲେଜ ନିର୍ମାଣ ହୋଇ ପାଠ ପଢା ଆରମ୍ଭ ହୋଇନାହିଁ ଏବଂ ଟାଟା ପାୱାରର ଗରିବ ମରଣ ନୀତି ଉପରେ ସମାଧାନ କରିବା ନିମନ୍ତେ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ। ଡେଙ୍ଗୁ ରୋଗୀଙ୍କ ପାଇଁ ପ୍ଲେଟଲେଟ୍ ଆବଶ୍ୟକ ପଡୁଥିବା ବେ୍ଳେ ମାଲକାନଗିରି ଜିଲ୍ଲାରେ ଉପଲବ୍ଧ ହୋଇପାରୁନାହିଁ ଫଳରେ ରୋଗୀକୁ କୋରାପୁଟ କିମ୍ବା ବିଶାଖାପାଟଣା ଚିକିତ୍ସାଳୟକୁ ଯିବାକୁ ପଡୁଛି। ସିଟି ସ୍କାନ ମେସିନ ଲାଗିଥିବା ବେଡଳେ ଜଣେ ରେଡିଓଲୋଜିଷ୍ଟ ଡାକ୍ତର ନିଯୁକ୍ତି ଦିଆଯାଉନାହିଁ ବୋଲି କହିଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ମାଲକାନଗିରିରେ ବିଇଡି କଲେଜ ନିର୍ମାଣ ହୋଇଥିବା ବେଳେ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏଣୁ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲା ବନ୍ଦ ଡାକରା ଦେଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |