ସ୍ଥାୟୀ-ଅସ୍ଥାୟୀ ଦୋକାନୀ ବିବାଦ , ବନ୍ଦ ରହିବ ମାର୍କେଟ୍‌ ବିଲ୍ଡିଂ

ଭୁବନେଶ୍ୱର,୧୪ା୭:   ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ୟୁନିଟ-୨ ମାର୍କେଟ ବିଲ୍ଡିଂକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ମାର୍କେଟ ଭିତରେ ଥିବା ସମସ୍ତ ଦୋକାନ ବନ୍ଦ ହେବାକୁ ଯାଉଛି ବୋଲି ଜାଣିବାକୁ ମିଳିଛି । ଖୁବଶୀଘ୍ର ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିବା ପାଇଁ ଚେତାବନୀ ଜାରି କରିଛନ୍ତି ଏଠାକାର ସ୍ଥାୟୀ ମାଲିକ ସଂଘ । ଜବରଦଖଲ କରି ବସିଥିବା ଉଠାଦୋକାନୀଙ୍କୁ ହଟାଇବାରେ ବିଏମ୍‌ସି ବିଫଳ ହୋଇଥିବାରୁ ସ୍ଥାୟୀ ବ୍ୟବସାୟୀଙ୍କୁ ନେଇ ଗଠିତ ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରିଦେବାକୁ ଚେତାବନୀ ଦେଇଛି। ତିନିଦିନ ଭିତରେ ଏହି ବେଆଇନ ଭାବରେ ବସିଥିବା ବ୍ୟବସାୟୀଙ୍କୁ ନ ହଟାଇଲେ ସମସ୍ତ ବ୍ୟବସାୟୀ ମାର୍କେଟ୍‌ ବିଲ୍ଡିଂ ବନ୍ଦ କରି କମିସନର ଓ ମେୟରଙ୍କ ଘର ଦୁଆରେ ଧାରଣା ଦେବେ ବୋଲି ଆଜି   ଚେତାବନୀ ଦେଇଛନ୍ତି ସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା। ଅଭିଯୋଗ ମୁତାବକ, ଏଠାରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ବସୁଥିବା ବେଳେ ଏଠାରେ ୩୫୦ ଜଣଙ୍କୁ ବସାଇବା ପାଇଁ ମସୁଧା ହୋଇଛି। ବିଏମ୍‌ସି ଅଧିକାରୀ ଏହି ମସୁଧାରେ ସାମିଲ ହୋଇଛନ୍ତି। ବ୍ୟବସାୟୀଙ୍କଠାରୁ ଚାନ୍ଦା ନେଇ ସେମାନଙ୍କୁ ବସିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି। ବିଏମ୍‌ସିର ଅଧିକାରୀ ସମ୍ପୃକ୍ତ ନଥିଲେ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି ଉଚ୍ଛେଦ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। କେତେକ ଦୋକାନ ଉଚ୍ଛେଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ଆଦେଶ ରହିଥିବା ବିଏମ୍‌ସି କହୁଛି। ହେଲେ ଯେଉଁ ଆଦେଶ ହୋଇଛି ସେଥିରେ କୌଣସି ପ୍ଲଟ୍‌ ନମ୍ବର ନାହିଁ। ଅନେକ ଜାଗାରେ ପ୍ଲଟ୍‌ ନମ୍ବର ଥାଇ ଉଚ୍ଛେଦ ନ କରିବାକୁ ଆଦେଶ ହୋଇଥିଲେ ମଧ୍ୟ ବିଏମ୍‌ସି ଉଚ୍ଛେଦ କରି ପକାଉଥିବା ପ୍ରମାଣ ରହିଛି। କିନ୍ତୁ ଏଠି କାହିଁକି ନୁହେଁ? କାହିଁକି ଅଧିକାରୀମାନେ ଉଚ୍ଛେଦ ପାଇଁ ପଛଘୁଞ୍ଚା ଦେଉଛନ୍ତି? ମାର୍କେଟ ବିଲ୍ଡିଂକୁ ସମ୍ପୂର୍ଣ୍ଣ ଭାବେ ଉଠାଦୋକାନୀ ମୁକ୍ତ କରିବାକୁ ଆସୋସିଏସନ୍‌ ଦାବି କରିଛି। ପ୍ଲଟ୍‌ ନମ୍ବର ୧୩୧, ୧୪୩, ୧୪୬ ଓ ୧୧୮୬ରେ ଏହି ଜବରଦଖଲ ରହିଛି|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!