ଭୁବନେଶ୍ୱର,୧୫।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟତା ବୃଦ୍ଧି ହେତୁ ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟିହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବଢ଼ିବ ବର୍ଷାର ପରିମାଣ। ଆଜି ପାଇଁ ୧୪ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି|ଟ୍ୱିନ ସିଟି ଭୁବନେଶ୍ୱର ଏବଂ କଟକରେ ତୀବ୍ର ( ୧ ରୁ ୨ ସେମି ଘଣ୍ଟା ପ୍ରତି ) ରୁ ଅତି ତୀବ୍ର (୨ ରୁ ୩ ସେମି) ବୃଷ୍ଟିପାତ ଲାଗିରହିଥିବାରୁ ଟ୍ରାଫିକ ଜନିତ ସମସ୍ୟା ଉପୁଜି ବାରେ ସମ୍ଭାବନା ରହିଛି, ତଳୁଆ ଅଂଚଳରେ ପାଣି ଜମିବ ତଥା ଅଣ୍ଡରପାସ ରୋଡ଼ରେ ପାଣିଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତ ରୁ ନିବୃତ ରହିବାକୁ ସୂଚନା ଦିଆଯାଇଛି । ଆଜି ସକାଳ ୮.୩୦ ସୁଦ୍ଧା ପାରାଦୀପ : ୧୦୫ ମିମି, ପୁରୀ : ୮୬.୬ ମିମି, ଢେଙ୍କାନାଳ: ୭୦ ମିମି, ନୟାଗଡ: ୪୩.୧ ମିମି, କେନ୍ଦ୍ରାପଡା: ୨୨.୪ ମିମି, ଭୁବନେଶ୍ୱର: ୧୪.୭ ମିମି, ଗୋପାଳପୁର: ୨.୧ ମିମି, ଚାନ୍ଦବାଲି : ୧୧.୯ ମିମି, ବାଲେଶ୍ୱର: ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |