ପୁରୀ,୧୫ା୭: ଭକ୍ତଙ୍କ ପାଇଁ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ |ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁଆର ମହାସୁଆର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନର ୧୧ ଜଣଙ୍କୁ ନେଇ କୋର୍ କମିଟି ଗଠିତ ହୋଇଛି । ଆନନ୍ଦ ବଜାରରେ ଅଣସୁଆରଙ୍କୁ ଚିହ୍ନଟ କରି ବାହାର କରିବା, ଭକ୍ତଙ୍କ ପାଇଁ ମହାପ୍ରସାଦର ରେଟ୍ ଚାର୍ଟ ଲଗାଇବା, ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ । ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୁଆର ମହାସୁଆର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନର ୧୧ ଜଣଙ୍କୁ ନେଇ କୋର୍ କମିଟି ଗଠିତ ହୋଇଛି । ଆନନ୍ଦ ବଜାରରେ ଅଣସୁଆରଙ୍କୁ ଚିହ୍ନଟ କରି ବାହାର କରିବା, ଭକ୍ତଙ୍କ ପାଇଁ ମହାପ୍ରସାଦର ରେଟ୍ ଚାର୍ଟ ଲଗାଇବା, ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ । ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା, ଜରି କାଢି ଶେଡର ବ୍ୟବସ୍ଥା, ଉତ୍ତର ଦ୍ଵାରରେ ସୁଆର ମହାସୁଆର ନିଯୋଗ ପକ୍ଷରୁ ଭକ୍ତଙ୍କୁ ଶୁଖିଲା ଓ ମହାପ୍ରସାଦ ଯୋଗାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦାବୀ କରିଛି ସୁଆର ମହାସୁଆର ନିଯୋଗ । ସମସ୍ତ ଦାବୀକୁ ପ୍ରଶାସନ ଗ୍ରହଣ କରିବା ସହ ଗଠିତ ହୋଇଥିବା କୋର୍ କମିଟି ଆସନ୍ତା ୭ ଦିନ ଭିତରେ ରିପୋର୍ଟ ଦେବ । ସେହି ଆଧାରରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯାଇପାରିବ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |