ଭୁବନେଶ୍ୱର ୧୫।୭: ଘଡ଼ଘଡ଼ି ଓ ବିଜୁଳି ମାରିବାରୁ ରାଜଧାନୀର ମାଉସୀ ମା ଛକରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ୬୦ ଫୁଟ ତଳକୁ ଖସି ପଡ଼ିଥିବା ଜଣାଯାଇଛି|ବିଜୁଳି ଘଡ଼ଘଡ଼ିରେ ପୁରା ଭାଙ୍ଗିକି ଗୁଣ୍ଡ ହୋଇଯାଇଛି ଲିଙ୍ଗରାଜଙ୍କ ମାଉସୀମାଙ୍କର ମନ୍ଦିରର ଦଧିନଉତି । ପୁରା ତରେ ଆସି ପତକା ସହିତ ଗଳି ପଡ଼ିଛି । ଦଧିନଉତି ବିନା ମନ୍ଦିର ପୁରା ଅଧୁରା ହୋଇଯାଇଛି । ଶନିବାର ସକାଳକୁ ରାଜଧାନିରେ ବର୍ଷା ସହ ଘଡ଼ ଘଡ଼ି ଲାଗି ରହିଛି । ପୁରା କଳାହାଣ୍ଡିଆ ମେଘ ତୁହାକୁ ତୁହା ବର୍ଷି ଚାଲିଛି । ଆଉ ଏହାରି ଭିତରେ ଘଟିଯାଇଛି ମାଉସୀ ମାଙ୍କ ମନ୍ଦିର ଉପରେ ଅଘଟଣ । ଘଡ଼ଘଡ଼ି ମାରି ମନ୍ଦିରର ଦଧିନଉତି ପୁରା ଭାଙ୍ଗିଯାଇଛି । ଖବର ମୁତାବିକ ମନ୍ଦିରରେ ପୂଚଜା ଚାଲିଥିଲା । ବୋଲବମ୍ ଭକକ୍ତ ମାନେ ରାସ୍ତାରେ ପାଣିଭାର ନେଇ ଯାଉଥିଲେ । ଆଉ ଠିକ ଏତିକି ବେଳେ ମାରିଥିଲା ଜୋର ବିଜୁଳି ସହ ଘଡ଼ଘଡ଼ି । ମନ୍ଦିର ଆଖପାଖ ପୁରା ଆଲୋକମୟ ହୋଇଯାଇଥିଲା । ଆଉ ଏହାପରେ ଦେଖିଲା ବେଳକୁ ମନ୍ଦିରର ଦଧିନଉତି ଭାଙ୍ଗି ଆସି ତଳେ ପଡ଼ିଗଲା ।ତେବେ ମନ୍ଦିରରେ କୌଣସି ଫାଟ ଥାଇପରେ ବୋଲି ଅନୁମାନ କରାଯାଉଛି। ବର୍ଷା ଛାଡ଼ିବା ପରେ ମନ୍ଦିରର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |