ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ଉନ୍ନତୀକରଣ , ୬ କୋଟି ୪୧ ଲକ୍ଷ ମଞ୍ଜୁର

ଭୁବନେଶ୍ୱର,,୧୫।୭  : ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠର ବିକାଶ, ୬ କୋଟି ୪୧ ଲକ୍ଷ ମଞ୍ଜୁର|ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ସମ୍ବଲପୁର ଖୀଣ୍ଡାର ବିକାଶ ସହ, ଏହାକୁ ଏକ ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ    ୬ କୋଟି ୪୧ ଲକ୍ଷ ଟଙ୍କା   ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲୁପର ଗସ୍ତରେ ଥିବା ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଖୀଣ୍ଡା ଯାଇ ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଏବଂ ତାଙ୍କ ଜନ୍ମପୀଠ ଖୀଣ୍ଡାର ବିକାଶ ସଂପର୍କରେ ଜନସାଧାରଣଙ୍କ ସହ ଆଲୋଚନା  କରିଥିଲେ। ଏହା ପରେ ଏ ବିଷୟରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଫୋନ  ଯୋଗେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ସଂପର୍କରେ  ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଏକ ଘଣ୍ଟା ଭିତରେ ନିଷ୍ପତ୍ତି ନେଇ ବୀର ସୁରେନ୍ଦ୍ର ସାଏ ଜନ୍ମପୀଠ ଉନ୍ନୟନ ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଏହି ପ୍ରକଳ୍ପରେ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ପୀଠର ବିକାଶ  ହେବ। ୧.୧୪୫ ଏକର  ଜମିରେ  ହେବାକୁ  ଥିବା  ଏହି  ପ୍ରକଳ୍ପରେ  ସୁରେନ୍ଦ୍ର   ସାଏଙ୍କ   ପୂର୍ଣ୍ଣାବୟବ  ପ୍ରତିମୂର୍ତ୍ତି  ସହ ସ୍ମୃତି  ସଦନ ମଧ୍ୟ ନିର୍ମାଣ କରାଯିବ। ଥିବା  ସଂଗ୍ରହାଳୟ  ଓ  ପାଠାଗାରର  ପୁନରୁଦ୍ଧାର  କରାଯିବା ସହ ଉଦ୍ୟାନର  ବିକାଶ  କରାଯିବ । ସୁନ୍ଦର୍  ଭାବରେ  ଆଲୋକୀକରଣ  ମଧ୍ୟ  କରାଯିବ। ସେଠାରେ ଥିବା  ମଞ୍ଚ ଓ  ସମାବେଶ  ସ୍ଥଳର  ଉନ୍ନତୀକରଣ  କରାଯିବ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!