ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାପନ ହେବ ଅଟୋମେଟିକ ୱେଦର ଷ୍ଟେସନ

ଭୁବନେଶ୍ୱର ,୧୫।୭ : ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାପନ ହେବ ଅଟୋମେଟିକ ୱେଦର ଷ୍ଟେସନ |ରାଜ୍ୟର ୬ଟି ଜିଲ୍ଲାରେ ସ୍ଥାପନ ହେବ ଅଟୋମେଟିକ ୱେଦର ଷ୍ଟେସନ ବା ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର । ରାଜ୍ୟର ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୯ଟି ସ୍ଥାନରେ ଏହି ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରାଯିବ । ଏଥିସହିତ ୮ଟି ବାତ୍ୟା, ପବନ ବେଗ ମାପିବା କେନ୍ଦ୍ର ସ୍ଥାପନ ହେବ । ପାଣିପାଗ ସମ୍ବନ୍ଧୀୟ ସୂଚନା ସଂଗ୍ରହ ସହିତ ପାଣିପାଗ ବିଭାଗର ଗବେଷଣା ଲକ୍ଷ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ପଦକ୍ଷେପ ନେଇଛି ।ତେବେ ଏହିସବୁ ଜିଲ୍ଲାର କେଉଁ ସବୁ ସ୍ଥାନରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ସ୍ଥାପନ କରାଯିବ ସେନେଇ ସ୍ଥାନ ସ୍ଥିର କରାଯାଇ ନାହିଁ । ଏନେଇ ୬ ଜିଲ୍ଲାର ଜିଲ୍ଲାପାଳଙ୍କୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା (ଓସଡମା)ର ପରିଚାଳନା ନିର୍ଦ୍ଦେଶକ ଚିଠି ଲେଖି ସ୍ଥାନ ନିରୂପଣ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନ ନିରୂପଣ ପାଇଁ ଆଇଏମଡିର ଭୁବନେଶ୍ୱରର ସ୍ଥିତ ଶାଖା ପକ୍ଷରୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କୁ ଚିଠି ଲେଖାଯାଇ ସହଯୋଗ ଲୋଡ଼ା ଯାଇଥିଲା ।ବାଲେଶ୍ୱର ଜିଲ୍ଲାର ସୋର, କମର୍ଦ୍ଦା, ବସ୍ତା ଓ ଫକିରମୋହନ ବିଶ୍ୱବିଦ୍ୟାଳୟ ପରିସର, ଭଦ୍ରକ ଜିଲ୍ଲାର ଧାମରା, ଯାଜପୁର ଜିଲ୍ଲାର ରସୁଲପୁର, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ ମୟୂରଭଞ୍ଜ ଜିଲ୍ଲାର ନଅଣା ଆଦି ସ୍ଥାନରେ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଏହି ଜିଲ୍ଲାଗୁଡ଼ିକରେ କେନ୍ଦ୍ର ସ୍ଥାପନ ହେଲେ ଉପାନ୍ତ ଅଞ୍ଚଳରୁ ପାଣିପାଗ ସମ୍ବନ୍ଧୀୟ ସୂଚନା ମିଳିପାରିବ । ଏଥିସହିତ ପାଣିପାଗ ବିଭାଗର ଗବେଷଣାରେ ଏହା ବେଶ୍ ସହାୟକ ହୋଇପାରିବ ବୋଲି କୁହାଯାଇଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!