କଟକ,୧୬।୭: ମୁକୁଳା ଡ୍ରେନ ନେଲା ଜୀବନ। କଟକରେ ଲଘୁଚାପଜନିତ ବର୍ଷା ଲାଗି ରହିଥିଲା ବେଳେ ଗତକାଲି ଏକ ଘଟିଛି ଏହି ଅଭାବନୀୟ ଘଟଣା। ଡ୍ରେନରେ ପଡ଼ି ପ୍ରାଣ ହରାଇଛନ୍ତି ୨୨ ବର୍ଷୀୟ ଯୁବକ। ଗତକାଲି କଟକ ମହାନଗରନିଗମର ୨୬ ନମ୍ବର ୱାର୍ଡ ଅନ୍ତର୍ଗତ ଝୋଲାସାହିରେ ରହୁଥିବା ରାହୁଲ କାମ ସାରିକି ଘରକୁ ଫେରୁଥିଲା ବେଳେ ହଠାତ ଫୋର କେୟାର ହସ୍ପିଟାଲ ନିକଟରେ ଥିବା ଏକ ମୁକୁଳା ଡ୍ରେନରେ ପଡ଼ିଯାଇଥିଲେ। ଗତ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ନଦୀ ଓ ଜଳାଶୟରେ ପାଣିର ମାତ୍ରା ବୃଦ୍ଧି ପାଇ ରାସ୍ତା ଉପରକୁ ପାଣି ମାଡି ଆସିଛି । କଟକରେ ପାଣିର ସ୍ତର ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ, ରାସ୍ତା ଘାଟ ଏବଂ ନାଳ ନର୍ଦ୍ଦମା କିଛି ବି ଜଣା ପଡୁ ନାହିଁ । ଯାହାଫଳରେ ରାହୁଲଙ୍କର ମୃତ୍ୟୁ ଘଟିଛି ।ଏହାପରେ ଗୁରୁତର ଅବସ୍ଥାରେ ସେ ଉଦ୍ଧାର ହେବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |