ଭୁବନେଶ୍ୱର,୧୬।୭: ୫ଟି ସଚିବଙ୍କୁ କଡ଼ା ବିରୋଧ ! 5T ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ ଶେଷ ହେବା ପରେ ଉତ୍ତେଜନା । କିଛି କଲେଜ୍ ପିଲା ଚେୟାର ପିଙ୍ଗା ଫୋପଡା କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି |୫ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ ସମ୍ୱଲପୁର ସଭାରେ ଉଡ଼ିଲା ଚେୟାର! ସଭା ସରିବା ପରେ ଛାତ୍ରଛାତ୍ରୀ ଚେୟାର ଫିଙ୍ଗାଫିଙ୍ଗି ଓ ମୁଥ ମରାମରି ହେଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହେଉଛି। ୫ଟି ସଚିବ ଭି.କେ ପାଣ୍ଡିଆନ୍ ଶନିବାର ସମ୍ୱଲପୁର ଜିଲ୍ଲା ଗସ୍ତରେ ଯାଇଥିଲେ। ସେଥିପାଇଁ ଧନକଉଡ଼ାରେ ଆୟୋଜନ ହୋଇଥିଲା ଭବ୍ୟ ସଭା। ସଭାକୁ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ଅଣାଯାଇଥିଲା। ୫ଟି ସଚିବ ଭି.କେ ପାଣ୍ଡିଆନ୍ ସଭା ସ୍ଥଳରେ ପହଞ୍ଚି ପ୍ରଥମେ ଉଦ୍ବୋଧନ ଦେଇଥିଲେ। ତା’ପରେ ସ୍ୱୟଂସହାୟଗ ଗୋଷ୍ଠୀର ମହିଳା ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ। ସଭା ପରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଚାଲି ଯାଇଥିଲେ। ଏହାପରେ ଏଭଳି ଅପ୍ରୀତିକର ଘଟଣା ଘଟିଥିବା କୁହାଯାଉଛି । ସେପଟେ ଧନକଉଡ଼ା କାର୍ଯ୍ୟକ୍ରମ ଲାଗି ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀଙ୍କୁ ଅଣାଯାଇଥିବା ଅଭିଯୋଗ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |