ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୧୭ା୭ :  ଆଜିଠୁ ୟୁନିଟ୍ ୨ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ।  ରାଜଧାନୀର ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବି ।ବିଏମସି କୌଣସି ପଦକ୍ଷେପ ନେଉ ନଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି। ମାର୍କେଟ ବିଲଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି ।ତେବେ ମାର୍କେଟ୍‌ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବା ନିଷ୍ପତ୍ତି ପରେ ଚିନ୍ତାରେ ଗ୍ରାହକ । ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫ ର୍ମଠାରୁ ଆରମ୍ଭ କରି ଡ୍ରେସ୍‌, ଶାଢ଼ି, ଚପଲ ଓ ଅନ୍ୟାନ୍ୟ ସାମଗ୍ରୀ ସୁଲଭ ମୂଲ୍ୟରେ ମିଳିଥାଏ । ଉଚିତ୍‌ ମୂଲ୍ୟରେ ମିଳୁଥିବାରୁ ଏଠାରେ ବର୍ଷ ସାରା ଭିଡ଼ ଜମିଥାଏ । ଅନ୍ୟପଟେ ୟୁନିଟ୍ ୨ ମାର୍କେଟ ବିଲ୍ଡିଂର ବିପରୀତ ପାର୍ଶ୍ୱରେ ୧ ନମ୍ବର ହାଟ ରହିଥିବାରୁ ଉଭୟ ବଜାରରେ କିଣାକିଣି କରିବା ସହଜ ହୋଇଥିଲା ଭୁବନେଶ୍ୱରରେ ବିଭିନ୍ନ ଘର ଉପକରଣ ହେଉ କିମ୍ବା ପୋଷାକ ପତ୍ର ଇତ୍ୟାଦି ଜିନିଷ କମ୍ ମୂଲ୍ୟରେ ପାଇବାକୁ ହେଲେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ତେବେ ଏହି ମାର୍କେଟ ବିଲ୍ଡିଂକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି । ଏଠାରେ ଅନେକ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ସ୍ଥାୟୀ ଦୋକାନ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ଏହାକୁ ରୋକିବା ପାଇଁ ସେମାନେ ଦାବି କରିଛନ୍ତି ।ସୂଚନା ଅନୁସାରେ, ମାର୍କେଟ ଭିତରକୁ ପ୍ରବେଶ ପାଇଁ ଅନୁମତି ନଥିବା ବୁଲାବିକାଳୀ ମାନଙ୍କୁ କେବଳ ଭର୍ଚୁଆଲ ମାଧ୍ୟମରେ ବନ୍ଦ କରିବା ପାଇଁ କୁହାଯାଇଥିଲା, ଯାହାପରେ ସେମାନେ ଏବେ ଅସ୍ଥାୟୀ ଭାବରେ ନିଜ ପସରା ଖୋଲି ବସୁଛନ୍ତି । ଏହାସହିତ ମାର୍କେଟର ବିଭିନ୍ନ ସ୍ଥାନରେ ଏଣେତେଣେ ଅଳିଆ ଆବର୍ଜନା ପକାଇ ପରିବେଶ ନଷ୍ଟ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତେଣୁ ଏହାଦ୍ୱାରା ଦୋକାନୀଙ୍କ ସହ ବହୁ ପରିମାଣରେ ଆସୁଥିବା ଗ୍ରାହକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବାରମ୍ବାର ଏ ନେଇ ଅଭିଯୋଗ ପରେ ମଧ୍ୟ ଏହାକୁ ଦେଖି ନ ଦେଖିଲା ଭଳି ରହୁଛି ବିଏମସି । ତେଣୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନସବୁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ନକଲେ ସମସ୍ତ ଦୋକାନୀ ଏବଂ ସେମାନଙ୍କ ପରିବାର ମିଶି ମେୟରଙ୍କ ପରିବାର ସମ୍ମୁଖରେ ପ୍ରତିବାଦ କରିବେ । ଏହାସହିତ ମାର୍କେଟ ବିଲ୍ଡିଂର ସମସ୍ତ ସ୍ଥାୟୀ ଦୋକାନ ବନ୍ଦ କରିବା ନେଇ ଚେତାବନୀ ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!