ଗଞ୍ଜାମ ଜିଲ୍ଲାରେ ନକଲି ଡାକ୍ତର ଗିରଫ

ଗଞ୍ଜାମ,,୧୭।୭ :  ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ ବାବୁଲ କ୍ଲିନିକରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରାଯାଇଛି । ଏହି ନକଲ ଡାକ୍ତର ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ।  ଏହି ବ୍ୟକ୍ତି ଜଣକ ନିଜକୁ ଦିଲ୍ଲୀ , ଭୁବନେଶ୍ୱର AIIMS ର ଅଭିଜ୍ଞ ଡାକ୍ତର କହି ଚଲାଇଥିଲେ ଚିକିତ୍ସା ଆଉ ପାଉଥିଲେ ମୋଟା ଅଙ୍କର ଟଙ୍କା । ଡାକ୍ତର ଏସ ପଣ୍ଡାଙ୍କୁ ପୂର୍ବରୁ ଫେବୃଆରୀ 2020 ମସିହାରେ ତେଲେଙ୍ଗାନା ପୋଲିସ ଗିରଫ କରି ଜେଲ କୁ ପଠାଇଥିଲ। ନିଜକୁ WHO ର ସଦସ୍ୟ କହିଥିବା ବେଳେ ଏବଂ ଡାକ୍ତର ସମ୍ମିଳନୀ କୁ ଯାଇ ନିଜକୁ ଡାକ୍ତର କହି ବେଳେ ଗିରଫ ହୋଇଥିଲେ ।ପୋଲିସର ସୂଚନା ଅନୁସାରେ ଯୁକ୍ତ ଦୁଇ ପାଠ ପଢି ଡାକ୍ତର ମାନଙ୍କ ନିକଟରେ ଟ୍ରେନି ପରେ ନିଜେ ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟ ମାନଙ୍କୁ ଧରି କରୁଥିଲେ ଚିକିତ୍ସା ।ଗୋଟିଏ ରୋଗୀକୁ ପାଞ୍ଚ ମିନିଟ ଦେଖିବା ପାଇଁ ନେଉଥିଲେ 300 ଟଙ୍କା ର ଫିସ ।ସାନଖେମୁଣ୍ଡି ବବୁଲ କ୍ଲିନିକ ଜଣେ ସରକାରୀ ମେଡିକାଲ କିଭଳି କରିଛନ୍ତି ତାହାର ବି ତଦନ୍ତ ହେବ ବୋଲି ସୂଚନା ମିଳିଛି .କଟକ ଭଡା ଘରେ ମଧ୍ୟ ତଦନ୍ତ କରିଛି । କଟକ ରାଣୀହାଟ କ୍ଲିନିକ ସାନଖେମୁଣ୍ଡିର ଘରୋଇ କ୍ଲିନିକ ରେ ଦୁଇ ଦିନ ଧରି ଚାଲିଥିଲା ତଦନ୍ତ । ଗଜପତି ଜିଲ୍ଲା ଅଡବା ସ୍ବାସ୍ଥ୍ୟ କର୍ମୀ ବିନା ଲାଇସେନ୍ସରେ ବେଆଇନ ଭାବେ ଚଳାଇଥିଲେ କ୍ଲିନିକ । କ୍ୱାଲିଫିକେସନ ଯୁକ୍ତ ଦୁଇ ପାସ୍। ହେଲେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ଡାକ୍ତର କହି ରୋଗୀଙ୍କୁ କରୁଥିଲେ ଚିକିତ୍ସା। ବିଭିନ୍ନ ସ୍ଥାନରେ କ୍ଲନିକ କରି ରୋଗୀଙ୍କୁ ଦେଖି ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା। ବିଳାସ ବେସନରେ କାଟୁଥିଲେ ଦିନ। ହେଲେ ହଠାତ୍ ଖୋଲିଗଲା ତାଙ୍କର ମିଛ ପେଡ଼ି। ସେ ଦେଇଥିବା ମେଡିସିନ୍ ଖାଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ଅଭିଯୋଗ ଆଧାରରେ ଏହି ନକଲି ଡାକ୍ତରଙ୍କୁ ବାନ୍ଧିଥିଲା ପୁଲିସ।  ଅଭିଯୋଗ ଅନୁସାରେ, ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ।ରେ ତାଙ୍କର ଏକ ଘରୋଇ କ୍ଲନିକ ଥିବାବେଳେ କଟକ ରାଣୀହାଟରେ ମଧ୍ୟ ତାଙ୍କର ଏକ ଘରୋଇ କ୍ଲନିକ ରହିଛି। ଶନିବାର ଦିନ ସେ ଡେଙ୍ଗାଉସ୍ତ।କୁ ରୋଗୀ ଦେଖିବାକୁ ଆସୁଥିବା ବେଳେ ଅନ୍ୟ ଦିନମାନଙ୍କରେ ରାଣୀହାଟରେ ଥିବା କ୍ଲିନିକରେ ରୋଗୀଙ୍କୁ ଦେଖୁଥିଲେ। ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ୍‌ ନେଉଥିଲେ। ପ୍ରତିଦିନ ତାଙ୍କ ପାଖରେ ରୋଗୀଙ୍କର ଭିଡ଼ ଜମୁଥିଲା। କିଛି ଦିନ ତଳେ ଡେଙ୍ଗାଉସ୍ତ।ରେ ରହୁଥିବା ଜଣେ ବୃଦ୍ଧାଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ବୃଦ୍ଧାଙ୍କୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ସେ ବୃଦ୍ଧାଙ୍କର ଚିକିତ୍ସା କରିଥିଲେ। ହେଲେ ବୃଦ୍ଧାଙ୍କ ଦେହ ଆଦୌ ଭଲ ହୋଇ ନଥିଲା। ବରଂ ଅଧିକ ଗୁରୁତର ହୋଇଥିଲା। ଏନେଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ପରେ ବୃଦ୍ଧାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇଥିଲେ। ସେଠାରେ ବୃଦ୍ଧାଙ୍କର କିଡ୍‌ନୀ ଖରାପ ଥିବା ଜଣାପଡ଼ିଥିଲା। ହେଲେ ନକଲି ଡାକ୍ତର  ଶୁଭ୍ରଜିତ ପଣ୍ଡା ଏନେଇ ବୃଦ୍ଧାଙ୍କ ପରିବାରକୁ କିଛି କହି ନଥିଲେ। ବରଂ ବାର ବାର ମେଡିସିନ୍ ଲେଖି ଚାଲିଥିଲେ। ଉପଯୁକ୍ତ ଚିକିତ୍ସା ନ କରିବାରୁ ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏନେଇ ବୃଦ୍ଧାଙ୍କ ପରିବାର ଲୋକେ ବ୍ରହ୍ମପୁର ଏସପିଙ୍କ ନିକଟରେ ଶୁଭ୍ରଜିତ ପଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ। ବ୍ରହ୍ମପୁର ଏସପି ଏକ ଟିମ୍‌ ଗଠନ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!