ୟୁନିଟ୍ ୯ ସରକାରୀ ସ୍କୁଲ ମିଶ୍ରଣ ପ୍ରତିବାଦରେ ଛାତ୍ରୀ ଓ ଅଭିଭାବକଙ୍କ ଧାରଣା

ଭୁବନେଶ୍ବର୧୭।୭: ୟୁନିଟ୍ ୯ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ଖୋର୍ଦ୍ଧା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ଏନେଇ ସୁପାରିସ କରାଯାଇଛି ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ୟୁନିଟ୍‌-୯ ବାଳିକା ହାଇସ୍କୁଲର ମିଶ୍ରଣ ପ୍ରତିବାଦରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରୀ ଓ ଅଭିଭାବକ। ଦୀର୍ଘ ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ହାଇସ୍କୁଲ ୟୁନିଟ୍ -୯ ହାଇସ୍କୁଲ ସହ ମିଶ୍ରଣ ହେବା ଦ୍ୱାରା ଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେବେ ରାଜଧାନୀର ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରମା ଦେବୀ ଜୁନିଅର କଲେଜ୍ ଚାଲିବ। ଏଠାରେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ପାଠପଢ଼ା ହେବ। ଏନେଇ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ। ତେବେ ସେଠାରେ ଲ୍ୟାବ୍ ନଥିବାରୁ ବିଜ୍ଞାନ ବିଭାଗର ଛାତ୍ରୀମାନେ ରମା ଦେବୀ ବିଦ୍ୟାଳୟରେ ପଢ଼ିବେ ବୋଲି ଜଣାଯାଇଛି।ଆମ ସ୍କୁଲ ଏଠାରୁ ଉଠିବ ନାହିଁ। ଆମ ସ୍କୁଲ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ।’ ଏପରି ଦାବି କରି ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଆନ୍ଦୋଳନରେ ବସିବାର କିଛି ସମୟ ପରେ କିଛି ଛାତ୍ରୀ ଚେତାଶୂନ ହୋଇଯାଇଥିବା ଜଣାପଡ଼ିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ‘ଆମ ସ୍କୁଲ ଏଠାରୁ ଉଠିବ ନାହିଁ। ଆମ ସ୍କୁଲ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ।’ ଏପରି ଦାବି କରି ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟ ଛାତ୍ରୀ ଓ ସେମାନଙ୍କ ଅଭିଭାବକ।ଭୁବନେଶ୍ୱର ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ହେଲେ ଏହି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଅଭିଭାବକ। ୟୁନିଟ୍ ୯ ସରକାରୀ ବାଳିକା ବିଦ୍ୟାଳୟକୁ ମିଶ୍ରଣ ନ କରିବା ପାଇଁ ସେମାନେ ଅଡ଼ି ବସିଛନ୍ତି। ଆଜି ଅଭିଭାବକ ଓ ଛାତ୍ରୀମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ କରିଛନ୍ତି। ବାଳିକା ବିଦ୍ୟାଳୟକୁ ଅନ୍ୟ କାହା ସହିତ ମିଶ୍ରଣ ନକରିବାକୁ ଦାବି କରିଛନ୍ତି। ୧୯୬୭ ମସିହାରେ ପ୍ରତିଷ୍ଠିତ ଏଇ ସ୍କୁଲରେ ପ୍ରାୟ ୫୦୦ ଛାତ୍ରୀ ପଢୁଥିବା ବେଳେ କାହିଁକି ସ୍କୁଲକୁ ମିଶ୍ରଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!