ଭୁବନେଶ୍ୱର ,୧୭।୭: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏନଏସିର ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର ଆଜି ଅପରାହ୍ଣରେ ପରଲୋକ ଗମନ କରିଛନ୍ତି । ଶ୍ରୀମତୀ ମିଶ୍ରଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ନିର୍ବାଚନରେ ବିଜୟ ହାସଲ କରିବା ପରେ ଭାନୁପ୍ରଭା ସହରର ବିକାଶ କାର୍ଯ୍ୟ ଜାରି ରଖିଥିବା ବେଳେ ତାଙ୍କର ଅଚାନକ ବିୟୋଗ ପରେ ଏବେ ଜନସାଧାରଣଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ଭାନୁପ୍ରଭା ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ମୃତ୍ୟୁ ବେଳକୁ ୫୨ ବର୍ଷ ହୋଇଥିବା ବେଳେ ତାଙ୍କର ଘରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସେ ଜଣେ ବିଜ୍ଞ ରାଜନେତ୍ରୀ ଭାବେ ଜଣାଶୁଣା ଥିଲେ । ଗତ କିଛିଦିନ ଧରି ସେ ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିଲେ । ଆଜି ଅପରାହ୍ଣ ୩ଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେ ପ୍ରଥମେ ଜି.ଉଦୟଗିରି ଏନଏସିର କାଉନସିଲର ଓ ୨୦୧୩ରେ ଉପାଧ୍ୟକ୍ଷା ହୋଇଥିଲେ । ଭାନୁପ୍ରଭାଙ୍କ ବିୟୋଗରେ ଜି.ଉଦୟଗିରି ଓ କନ୍ଧମାଳ ବିଜେଡି କର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ମୃତ୍ୟୁ ଖବର ପାଇଁ ବହୁ ବରିଷ୍ଠ ରାଜନେତା ଶୋକପ୍ରକାଶ କରିଛନ୍ତି ।ଶ୍ରୀମତୀ ଭାନୁପ୍ରଭା ମିଶ୍ର ପୂର୍ବରୁ ଏନଏସି ଭାଇସ୍ ଚେୟାରମ୍ୟାନ ରହିଥିଲେ। ତେବେ ଗତ ପୌର ନିର୍ବାଚନରେ ବିଜୟ ଲାଭ କରି ଚେୟାରମ୍ୟାନ ହୋଇଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅକାଳ ବିୟୋଗରେ ଜି.ଉଦୟଗିରିରେ ଶୋକର ଛାୟା ଖେଳି ଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |