ବିରୋଧୀ ଦଳ ବୈଠକରେ ଯୋଗଦେବେ NCP ସୁପ୍ରିମୋ ଶରଦ ପାୱାର

ନୂଆଦିଲ୍ଲୀ,୧୭ା୭ :ବେଙ୍ଗାଲୁରୁରେ ବସିବାକୁ ଥିବା ୟୁପିଏ ବୈଠକରେ ଯୋଗଦେବେ ଏନସିପି ସୁପ୍ରିମୋ ଶରଦ ପାୱାର।  ବେଙ୍ଗାଲୁରୁରେ ବସିବାକୁ ଥିବା ୟୁପିଏ ବୈଠକରେ ଏନସିପି ସୁପ୍ରିମୋ ଶରଦ ପାୱାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। ମିିଳିଥିବା ସୂଚନା ଅନୁସାରେ ସୋମବାର ଠାରୁ ବେଙ୍ଗାଲୁରୁରେ ହେବାକୁ ଥିବା ଦୁଇ ଦିନିଆ ମିଳିତ ବିରୋଧୀ ବୈଠକର ପ୍ରଥମ ଦିନରେ ଏନସିପି ମୁଖ୍ୟ ଶରଦ ପାୱାର ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳ କହିଛି। ବୈଠକର ଦ୍ୱିତୀୟ ଦିନରେ ଯୋଗଦେବେ ବୋଲି ଏନସିପିର ଶରଦ ପାୱାର ଦଳର ମହାରାଷ୍ଟ୍ର ମୁଖପାତ୍ର ମହେଶ ଭାରେଟ୍‌ ତାପସେ କହିଛନ୍ତି। ପାଟନା ବୈଠକ ପରେ ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକ ବେଶ୍‌ ନିର୍ଣ୍ଣାୟକ ହେବ। ଏହି ସଭାରେ ଶିବସେନା ଦଳର ମୁଖ୍ୟ ଉଦ୍ଧବ ଠାକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶରଦ ପାୱାର ଏହି ସଭାରେ ଯୋଗଦେବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆସନ୍ତାକାଲି ସକାଳେ ବେଙ୍ଗାଲୁରୁରେ ହେବାକୁ ଥିବା ସଭାରେ ସେ ଯୋଗଦେବେ ବୋଲି ଜଣାପଡ଼ିଛି। 24 ଟି ବିରୋଧୀ ଦଳ ସହ ଏନସିପି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା। ଆଜି ବେଙ୍ଗାଲୁରୁରେ ଏକ ଅନୌପଚାରିକ ଆଲୋଚନା ହେବା ପରେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ମଧ୍ୟରେ ଏକ ବୈଠକ ବସିବ।ଏହି ବୈଠକରେ ଏନିସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ଯୋଗଦେବେ। ଏହା ପୂର୍ବରୁ ଯୋଗଦେବାକୁ ଥିବା 24 ବିରୋଧୀ ଦଳକୁ ନେଇ ଆଜି ଏକ ରାତ୍ର ଭୋଜନର ଆୟୋଜନ କରାଯାଇଛି। ଶରଦ ପାୱାର କିନ୍ତୁ ଏହି ରାତ୍ର ଭୋଜନରେ ଉପସ୍ଥିତ ରହିବେ ନାହିଁ, ମଙ୍ଗଳବାର(ଜୁଲାଇ 18)ରେ ଥିବା ବୈଠକରେ ଉପସ୍ଥିତ ରହିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ବିରୋଧୀଦଳର ନେତାମାନେ ସେମାନଙ୍କ ମତଭେଦକୁ କିପରି ଦୂର କରିବେ ସେନେଇ ଆଲୋଚନା କରିବେ ଏବଂ 2024 ଲୋକସଭା ନିର୍ବାଚନକୁ ନେଇ ଏକ ମିଳିତ ସାମ୍ମୁଖ୍ୟ ଗଠନ କରିବେ ବୋଲି ଆଶା କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!