ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ କରିବା ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି ’

ଭୁବନେଶ୍ବର,୧୭ା: କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ବାଳ।  ଆଜି ଗଣମାଧ୍ୟମକୁ ଚିରଞ୍ଜୀବ ବିଶ୍ବାଳ କହିଛନ୍ତି ଯେ ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା। ପିସିସି ସଭାପତିଙ୍କ ସୁପାରିସକ୍ରମେ ମୋତେ ନିଲମ୍ବନ କରାଯାଇଛି। କଂଗ୍ରେସ ବିରୋଧରେ କୌଣସି କାମ କରିନି। ମୁଁ କଂଗ୍ରେସ ପରିବାରରୁ ଆସିଛି, ମୋ ରକ୍ତରେ ବେଇମାନୀ ନାହିଁ। ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ ପାଇଁ କାମ କରିଛୁ। କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ବରରେ ଏକ ମିଟିଂ ଡକାଇଥିଲୁ। କଂଗ୍ରେସକୁ କିଭଳି ସୁଦୃଢ଼ କରାଯାଇପାରିବ ଆଲୋଚନା ହୋଇଥିଲା। କୁହାଗଲା ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା। ଧାମନଗର ଓ ପଦ୍ମପୁର ନିର୍ବଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା ବୋଲି ଚିରଞ୍ଜୀବ ପ୍ରଶ୍ନ ଉଠାଇଛନ୍ତି  ହେଲେ ମତେ ସସ୍‌ପେଣ୍ଡ ନୋଟିସ୍‌ କାହିଁକି ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ ପାଇଁ କାମ କରିଛୁ । କଂଗ୍ରେସ ବିରୋଧରେ କୌଣସି କାମ କରିନି ।’ କଂଗ୍ରେସକୁ ସୁଦୃଢ଼ କରିବାକୁ ଭୁବନେଶ୍ୱରରେ ଏକ ମିଟିଂ କରାଇଥିଲୁ ବୋଲି କହିଛନ୍ତି ଚିରଞ୍ଜୀବ| ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ। କଂଗ୍ରେସରୁ ନିଲମ୍ବନ କରିବା ମୋତେ ଦାରୁଣ ଦୁଃଖ ଦେଇଛି। ଗୋଟିଏ କୁଚକ୍ରି ଗୋଷ୍ଠୀ ମୋତେ ଦଳରୁ ଦୂରେଇବାକୁ ଚେଷ୍ଟିତ।ମୁଁ ଜଣେ ସ୍ବାଭିମାନୀ ଲୋକ, ଆକ୍ସନକୁ ଡରୁନାହିଁ। ଦୁର୍ବଳ ଲୋକ ଅଭିଯୋଗ କରେ, ମୁଁ ଅଭିଯୋଗ କରିବି ନାହିଁ। ପୋଟେନସିଆଲ ଲୋକଙ୍କୁ ହତାଶ କରାଯାଉଛି। ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚୟ ଲଢ଼ିବି। ମୁଁ କଂଗ୍ରେସରୁ ଲଢ଼ିବି କି ସ୍ବାଧୀନ ଭାବେ ଲଢ଼ିବି ତାହା ସମୟ କହିବ। ଯିଏ ନିଜ ଛାଇକି ଦେଖି ଡରେ ସେ ଏଭଳି ପଦକ୍ଷେପ ନେଇଛି। ଗୋଡ଼ ତଳେ ମାଟି ନ ଥିବା ଲୋକ ହିଁ ଏଭଳି ଷ୍ଟେପ ନେଇଛି ମୁଁ ଜଣେ ସ୍ବାଭିମାନୀ ଲୋକ, ଆକ୍ସନକୁ ଡରୁନାହିଁ। ଦୁର୍ବଳ ଲୋକ ଅଭିଯୋଗ କରେ, ମୁଁ ଅଭିଯୋଗ କରିବି ନାହିଁ  ବୋଲି ଚିରଞ୍ଜୀବ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!