ନବରଙ୍ଗପୁର(ମିହୀର ଶଙ୍କର ପାତ୍ର),,୧୭ା୭:- ନବରଙ୍ଗପୁର , ରାଜ୍ୟ ଓ କେନ୍ଦ୍ର ସରକାର ଅନୁନ୍ନତ ରାଜ୍ୟ ତଥା ଜିଲ୍ଲା ମାନଙ୍କ ପାଈଁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରି ସେହି ଅଞ୍ଚଳର ବିକାଶ ପାଇଁ ସ୍ଵତ୍ତନ୍ତ୍ର ଧ୍ୟାନ ଦେଉଛନ୍ତି । କିନ୍ତୁ କିଛି ଅସାଧୁ ସରକାରୀ ଅଧିକାରୀ , ନେତା, ଠିକାଦାର ମାନଙ୍କ ପାଇଁ ସବୁ ଯୋଜନା ଫେଲ ମାରୁଚି।ଅନେକ ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। କୃଷି ତଥା କୃଷକର ଉନ୍ନତି ପାଇଁ ଜଳର ଉତ୍ସ ପାଇଁ ଗଭୀର ନଳକୂପ ଓ ବିଭିନ୍ନ ନାଳରେ ଚେକ୍ ଡେମ ନିର୍ମାଣ କରାଯାଉଛି। ଚାଷୀମାନଙ୍କ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ମଧ୍ୟ ରହିଛି। ଏହି ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ଚେକ୍ ଡେମ ନିର୍ମାଣ କାର୍ଯ୍ୟ କରାଯାଉଛି । ଚାଷୀ ମାନଙ୍କୁ ଏଥିରୁ ଅନେକ ଉପକାର ହୋଇଥାଏ । କିନ୍ତୁ ଡାବୁଗାଁ ବ୍ଲକ୍ ରେ ଚେକଡ଼େମ ନିର୍ମାଣରେ ମହାଘଟାଲା ହଇଥିବା ଆଶଙ୍କା ଦୁର୍ନୀତିର ସୀମା ଟପିଲା କ୍ଷୁଦ୍ର ଜଳସେଚନ ବିଭାଗ । ବୋରିଗାଁ ପଞ୍ଚାୟତ ମେଣ୍ଡ୍ରିଗୁଡା ଗ୍ରାମ ରାସ୍ତା ନାଳରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ଏକ ଚେକଡେମ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । କିନ୍ତୁ ଏହି ଡେମ ନିକଟରେ କୌଣସି ସୂଚନା ଫଳକନାହି ? କି ଦିନେମଧ୍ୟ ଏହି କାମପାଖରେ ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ନାହିଁ। ଏହି କାମ ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ପାଖରେ ବି କିଛି ଖବର ନାଇଁ।କେଉଁ କାମ କେତେ ଟଙ୍କାର କାମ କେଉଁ ବିଭାଗର କାମ କୌଣସି ସୂଚନା ଜଣାପଡିନାହିଁ । ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କୁ ପଚାରିବାରୁ ଏହା ପ୍ରାୟ ୪୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାମ ବୋଲି ଜଣାଇଥିଲେ। ସୂଚନା ଫଳକ ବିଷୟରେ ଜାଣିବାକୁ ଚେଷ୍ଟା କରିବାରୁ ନିକଟସ୍ଥ ଚାଷୀ ସୂଚନା ଫଳକ କରିବାକୁ ଦେଉନଥିବା ଜଣାଇଥିଲେ। ଯଦି ଚାଷୀ ସୂଚନା ଫଳକ କରିବାକୁ ଦେଉନି ତେବେ ଅନ୍ୟ ସ୍ଥାନରେ କରାଗଲେ ଅସୁବିଧା କେଉଁଠି ? ୪୨ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର କାମରେ ବିଭାଗ କାମ କରୁଛି ନା କୌଣସି ଠିକାଦାର କାମ କରୁଛନ୍ତି ଜଣା ପଡୁନାହିଁ। ଶ୍ରମିକ ମାନଙ୍କ କହିବା ଅନୁଯାୟୀ କଳାହାଣ୍ଡିର ଜଣେ ଠିକାଦାର ଏହି କାମ କରୁଛନ୍ତି । କିଛି ଗ୍ରାବାସୀମାନେ ଏଥିରେ ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରୁଛନ୍ତି । ଯଦି ଚାଷୀ ମାନଙ୍କ ନିମନ୍ତେ ଏହି ପ୍ରକଳ୍ପ କରାଯାଉଛି ତେବେ ଚାଷୀ ସୂଚନା ଫଳକ କରିବାକୁ ଦେଉନି କାହିଁକି? ଚାଷୀ ମାନଙ୍କ ସହ ଆଲୋଚନା ଠିକ୍ ଭାବରେ ହୋଇନି କି? ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କାମ ଚାଲିଛି କି ? ଏମିତି ଅନେକ ପ୍ରଶ୍ନ ଉଠୁଛି। ଜିଲ୍ଲାସ୍ତରୀୟ ସଠିକ୍ ତଦନ୍ତ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |