ଯାଜପୁର ଜିଲ୍ଲାରେ NH-୧୬ରେ ଭୁଶୁଡ଼ିଲା ବ୍ରିଜ୍

ଯାଜପୁର,୧୮।୭:  ଯାଜପୁର ରସୁଲପୁର ଏନଏଚ-16 ରେ ବଡ଼ ଅଘଟଣ । NH-୧୬ରେ ଭୁଶୁଡ଼ିଲା ବ୍ରିଜ୍। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍  ନିକଟରେ ‌ଏହି ଅଘଟଣ ଘଟିଛି।  ସୌଭାଗ୍ୟବଶତଃ ଭୁଶୁଡ଼ିଲା ବେଳେ କୌଣସି ଗାଡ଼ି ଯାଉ ନଥିଲା। ବ୍ରିଜ୍‌ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ରସଲପୁର ବ୍ଲକ କାର୍ଯ୍ୟଳୟ ନିକଟରେ ଭୁଷୁଡିଲା ବ୍ରିଜ୍‌ । କୌଣସି ଯାନବାହନ ଯାଉନଥିବାରୁ କାହାର କୌଣସି କ୍ଷତି ହୋଇନାହିଁ । ଅନ୍ୟପଟେ ବାଲେଶ୍ବରରୁ ଭୁବନେଶ୍ବରକୁ ଆସିବା ରାଜପଥ ବନ୍ଦ ହୋଇଯାଇଛି । କଟକ , ଭୁବନେଶ୍ୱରକୁ ଏକ ପ୍ରକାର ଯାତାୟତ ଠପ୍ ହୋଇଯାଇଛି ।  ବ୍ରିଜ ଭୁଷୁଡି ପଡିବାରୁ ଅଟକି ରହିଛି ବହୁ ବସ, ଟ୍ରକ, କାର ଓ ବାଇକ୍ । ରାଜପଥର ୧୦ ଫୁଟ୍‌ ତଳକୁ ଖସି ଯାଇଛି ବ୍ରିଜ୍‌ । ଠିକାଦାରକୁ ଦାୟୀ କରି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।ବ୍ରିଜ୍‌ର ଗୋଟିଏ ସ୍ପାନ୍‌ ସମ୍ପୂର୍ଣ୍ଣ ଦବିଯିବାରୁ ଚେନ୍ନାଇ-କୋଲକତା ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଆଜି ଭୋରରୁ ଏହି ଅଘଟଣ ଘଟିଛି। ତେବେ ସକାଳ ସମୟରେ ବ୍ରିଜ୍ ଦବିଥିବାରୁ ଏହା ଗାଡ଼ି ଚାଳକଙ୍କ ନଜରକୁ ଆସିପାରିଥିଲା। ଫଳରେ କୌଣସି ପ୍ରକାର ବଡ଼ ଅଘଟଣକୁ ଏଡ଼ା ଯାଇ ପାରିଛି। ଖବର ପାଇ ଘଟଣାସ୍ଥଳରେ କୁଆଖିଆ ପୋଲିସ ଟ୍ରାଫିକ୍ ବ୍ୟବସ୍ଥାକୁ ସ୍ୱାଭାବିକ କରିଥିଲା। ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ଅଟକିଥିବା ଗାଡ଼ି ଗୁଡ଼ିକୁ ଡାଇଭର୍ସନ କରାଯାଇଥିଲା। ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!