ଓଡ଼ିଶାରେ ମାଲକାନଗିରି ଜିଲ୍ଲା ସବୁଠୁ ଗରିବ ଜିଲ୍ଲା

ନୂଆଦିଲ୍ଲୀ ,୧୮।୭: ଦାରିଦ୍ର୍ୟରେ ଦେଶର  ଅଷ୍ଟମ ସ୍ଥାନରେ ଓଡ଼ିଶା । ୫ ବର୍ଷରେ ରାଜ୍ୟର ୬୨ ଲକ୍ଷ ୬୨ ହଜାର ଲୋକ ଦାରିଦ୍ର୍ୟରୁ ମୁକୁଳିଥିଲେ ବି ଦେଶର ଦାରିଦ୍ର୍ୟ ରାଜ୍ୟ ତାଲିକାରେ ଓଡ଼ିଶା ସ୍ଥିତି   ଖରାପ ହେବାରେ ଲାଗିଛି।   ନୀତି ଆୟୋଗ ରିପୋର୍ଟ ଅନୁସାରେ, ୨୦୨୧ର ବହୁମୁଖୀ ଦାରିଦ୍ର୍ୟ ସୂଚୀରେ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମେଘାଳୟ, ଆସାମ, ଛତିଶଗଡ, ରାଜସ୍ଥାନ ପରେ ଓଡ଼ିଶା ଥିଲା ଦେଶର ନବମ ଗରିବ ରାଜ୍ୟ। କିନ୍ତୁ ଚଳିତ ସଂସ୍କରଣରେ ଓଡ଼ିଶା ଗରିବୀ ରାଜ୍ୟ ତାଲିକାରେ ଆଉ ଗୋଟେ ସ୍ଥାନ ଉପରକୁ ଉଠି ଦେଶର ଅଷ୍ଟମ ଗରିବ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା। ଅନ୍ୟପକ୍ଷେ, ରାଜସ୍ଥାନ ଅଷ୍ଟମ ଗରିବ ରାଜ୍ୟରୁ ତଳକୁ ଖସି ସପ୍ତମ ସ୍ଥାନରେ ପହଞ୍ଚିଛି। ଖାଲି ସେତିକି ନୁହେଁ, ଓଡ଼ିଶାର ୧୫.୬୮% ଦାରିଦ୍ର୍ୟ ହାର, ଜାତୀୟ ହାର ୧୪.୯୬% ଠାରୁ ବି ଅଧିକ ରହିଛି। ସେପଟେ ଓଡ଼ିଶାରେ ମାଲକାନଗିରି ଜିଲ୍ଲା ସବୁଠୁ ଗରିବ ଜିଲ୍ଲା ବୋଲି ଜଣାପଡ଼ିଛି। ସେହି ସମୟରେ ଓଡ଼ିଶାରେ ୬୨ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି ବୋଲି ନିତି ଆୟୋଗ ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଆର୍ଥିକ ବର୍ଷ ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ଏହି ସଫଳତା ମିଳିଛି। ଓଡ଼ିଶାରେ ଦାରିଦ୍ର୍ୟ ହାର ଏହି ସମୟରେ ୨୯.୩୪ ପ୍ରତିଶତରୁ ୧୫.୮୬ ପ୍ରତିଶତକୁ ହ୍ରାସ ପାଇଛି। ଗ୍ରାମୀଣ ଦାରିଦ୍ର୍ୟ ହାର ୩୨.୬୪ ପ୍ରତିଶତରୁ ୧୭.୭୨ ପ୍ରତିଶତକୁ ଖସିଥିବା ବେଳେ ସହରାଞ୍ଚଳରେ ସେହି ହାର ୧୨.୩୨ ପ୍ରତିଶତରୁ ୫.୪୨ ପ୍ରତିଶତକୁ ହ୍ରାସ ପାଇଛି। ଜିଲ୍ଲାଗୁଡ଼ିକ ମଧ୍ୟର ମାଲକାନାଗିରି ଦାରିଦ୍ର୍ୟ ହାର ରାଜ୍ୟରେ ସର୍ବାଧିକ ୪୫.୦୧ ପ୍ରତିଶତ ଥିବା ବେଳେ ପୁରୀରେ ସର୍ବନିମ୍ନ ୩.୨୯ ପ୍ରତିଶତ ରହିଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!