ନୂଆଦିଲ୍ଲୀ,୧୮।୭: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ଓମେନ୍ ଚାଣ୍ଡିଙ୍କ ପୁଅ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ଓମେନ୍ ଚାଣ୍ଡି ଚିକିତ୍ସାଧିନ ଥିଲେ। ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। କଂଗ୍ରେସର ଜଣେ ବରିଷ୍ଠ ନେତା ହେଉଛନ୍ତି ଓମେନ୍ ଚାଣ୍ଡି। କେରଳରେ ଦୁଇଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସେ ତୁଲାଇଥିଲେ। ପ୍ରାୟ ୫ ଦଶନ୍ଧି ଧରି ରାଜନୀତିରେ ଓମେନ୍ ଚାଣ୍ଡିଙ୍କର ସକ୍ରିୟ ଭୂମିକା ଥିଲା। ସେ ଦୁଇ ଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । 2004-06 ଏବଂ 2011-16 । ତାଙ୍କ ବିୟୋଗରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଦୁଃଖ ପ୍ରକାଶ କରିଛନ୍ତି । ଆମର ରାଜନୈତିକ କ୍ୟାରିଅର ଏକାସାଙ୍ଗରେ ଆରମ୍ଭ ହୋଇଥିଲା । ଓମେନ୍ ଚାଣ୍ଡି ଜଣେ ଦକ୍ଷ ପ୍ରଶାସକ ଏବଂ ଏଭଳି ବ୍ୟକ୍ତିତ୍ୱ ଯିଏ ଲୋକଙ୍କ ସହ ଘନିଷ୍ଠ ଭାବରେ ଜଡିତ ଥିଲେ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |