ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ

ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାମରକର ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଟର୍ମିନାଲ୍‌ ବିଲଡିଂ ନିର୍ମାଣ କରାଯାଇଛି। କୁହାଯାଉଛି ଯେ, ଏହା ୟୁନିୟନ ଅଞ୍ଚଳରେ ସଂଯୋଗକୁ ତ୍ୱରାନ୍ବିତ କରିବ। ଆଣ୍ଡାମାନ ନିକୋବରର ରାଜଧାନୀ ପୋର୍ଟ ବ୍ଲେୟାରରେ ବୀର ସାବରକର ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ଉଦଘାଟନ ହୋଇଛି । ଭିସି ଯୋଗେ ବିଲ୍ଡିଂର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବରୁ ଏଠାରେ କେବଳ ଗୋଟିଏ ଟର୍ମିନାଲ ଥିବାବେଳେ ଏହା ଏଠାକୁ ଆସୁଥିବାର ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ହେଉ ନଥିଲା । ପୂର୍ବରୁ ଏହି ଦ୍ବୀପ ସମୁହକୁ ବର୍ଷକୁ ପ୍ରାୟ ୭ ରୁ ୮ ଲକ୍ଷ ଯାତ୍ରୀ ଓ ପର୍ଯ୍ୟଟକ ଆସୁଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୧୮ରୁ ୨୦ ଲକ୍ଷକୁ ବୃଦ୍ଧି ପାଇଛି । ତେଣୁ ଏଠାରେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଥିବା ଇଣ୍ଟିଗ୍ରେଟେଡ୍ ଟର୍ମିନାଲ୍ ବିଲ୍ଡିଂର ନିର୍ମାଣ କରିଛନ୍ତି କେନ୍ଦ୍ର ସରକାର ।  ତେବେ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ଟର୍ମିନାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ପ୍ରାୟ ୭୧୦ କୋଟି ଟଙ୍କା । ପର୍ଯ୍ୟଟକଙ୍କ ସୁବିଧା ପ୍ରଦାନ ସହ ପୋର୍ଟ ବ୍ଲେୟାରକୁ ସୀମାବର୍ତ୍ତୀ ରାଜ୍ୟ ସହ ଯୋଡ଼ିବା ଭିଜନରେ ଏହି ଟର୍ମିନାଲ୍ ବିଲ୍ଡିଂର ନିର୍ମାଣ କରାଯାଇଛି ।ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୋର୍ଟ ବ୍ଲେୟାରରେ ପହଞ୍ଚିଛନ୍ତି। ସେ କହିଛନ୍ତି, ଆଜି ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରୁ ୭୧୦ କୋଟି ଟଙ୍କା ବିମାନବନ୍ଦର ଭାରତ ପାଇଁ ଉତ୍ସର୍ଗ କରାଯାଉଛି। ଏହାଦ୍ୱାରା ଦିଲ୍ଲୀ-ଚେନ୍ନାଇ-ବିଶାଖାପାଟନମ ପାଇଁ ସଂଯୋଗ ହେବ ଏବଂ ଆଗାମୀ ଦିନରେ ଅଧିକ ସଂଯୋଗ ବୃଦ୍ଧି ପାଇବ। ଏହା ସହିତ ୪ ଟି ୱାଟର ଡ୍ରୋନ ମଧ୍ୟ ସ୍ଥାପନ କରାଯିବ। ଏହାଦ୍ୱାରା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଅର୍ଥନୈତିକ ବିକାଶ ଘଟିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!