ଧଉଳି ଅଞ୍ଚଳରୁ ଧରା ହେଲେ ୧୧ ଆନ୍ତରାଜ୍ୟ ଲୁଟେରା

ଭୁବନେଶ୍ବର,୧୮।୭: ଧଉଳି ଅଞ୍ଚଳରୁ ଧରା ହେଲେ ୧୧ ଆନ୍ତରାଜ୍ୟ ଲୁଟେରା|ଏକ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ। ସ୍ପେଶାଲ ସ୍କ୍ୱାଡ ହାତରେ ଧରା ପଡ଼ିଛନ୍ତି ୧୧ ଜଣ ଆନ୍ତରାଜ୍ୟ ଲୁଟେରା। ଏମାନେ ଦୀର୍ଘ ଦିନ ଧରି ଚଡ଼ି ଗଞ୍ଜି ପିନ୍ଧି ରାତିରେ ଘରେ ପଶି ଲୁଟ କରୁଥିଲେ, କାରଣ ସେମାନେ କଣ ପିନ୍ଧିଥିଲେ କେହି ଜାଣି ପାରିବେନି ବା ମନେ ରଖି ପାରିବେନି। ଗୋଟେ ରାତିରେ ଦୁଇରୁ ତିନୋଟି ଘରେ ଲୁଟ କରୁଥିଲେ। ଏମାନେ ଦିନ ବେଳେ ରେକି କରନ୍ତି ଓ ରାତିରେ ଲୁଟ କରନ୍ତି। ଅଟୋ କିମ୍ବା ଟ୍ରେନରେ ଯାତ୍ରା କରି ବିଭିନ୍ନ ସ୍ଥାନକୁ ଯାଆନ୍ତି ଓ ଘରେ ପଶି ଲୁଟ କରନ୍ତି। ଘରେ କିଏ ଥାଉ କି ନଥାଉ,ଏମାନେ ଚୋରି କରନ୍ତି। ଲୋକ ଶୋଇଥିବା ବେଳେ ଶୋଇବା ରୁମ ଆଗ ଲକ କରନ୍ତି, ତା ପରେ ଅନ୍ୟ ରୁମରେ ଲୁଟ କରନ୍ତି। ରାସ୍ତା କଡ଼ ଘର କିମ୍ବା ରେଳ ଲାଇନ କଡ଼ ଘରକୁ ଟାର୍ଗେଟ କରନ୍ତି।ସ୍ପେଶାଲ ସ୍କ୍ୱାଡ ଓ ଧଉଳି ଥାନା ପୁଲିସ ଏହି ଗ୍ୟାଙ୍ଗକୁ ଧରିଛନ୍ତି। ଧଉଳି ଅଞ୍ଚଳରୁ ଧରା ହୋଇଛନ୍ତି ଏହି ଗ୍ୟାଙ୍ଗ। ସେମାନଙ୍କ ନିକଟରୁ କେତେକ ଘର ଭଙ୍ଗା ଜିନିଷ ଜବତ ହୋଇଛି। ସାରା ଭାରତରେ ଏହି ଆନ୍ତ ରାଜ୍ୟ ଲୁଟେରାମାନେ ଲୁଟ କରୁଛନ୍ତି। ଜାମସେଦପୁର ଓ ଦିଲ୍ଲୀରୁ ଲୋକ ଆସି ଲୁଟ ସାମଗ୍ରୀ ନିଅନ୍ତି। ରାଜସ୍ଥାନ, ଛତିଶଗଡ଼ ଓ ଝାରଖଣ୍ଡରୁ ଆସି ଏମାନେ ଏମିତି ଲୁଟ କରନ୍ତି। ରାଜଧାନୀର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଅନେକ ମାମଲା ରହିଥିବା ଜଣାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!