ବେଙ୍ଗାଲୁରୁ,୧୮।୭ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ମିଳିତ ବିରୋଧୀ ଦଳର ଦ୍ୱିତୀୟ ଦିନର ବୈଠକରେ ୟୁନାଇଟେଡ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ର ନାମ ପରିବର୍ତ୍ତନ କରାଯାଇଛି। , ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ବୈଠକରେ ୟୁପିଏର ନୂଆ ନାମ ଇଣ୍ଡିଆନ୍ ନେସ୍ନାଲ୍ ଡେମୋକ୍ରାଟିକ ଇନ୍କ୍ଲୁସିଭ୍ ଆଲିଆନ୍ସ (ଇଣ୍ଡିଆ)ହୋଇଥିବା ଜଣାପଡ଼ିଛି। ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମହାବୈଠକରେ ୨୬ଟି ଦଳ ସାମିଲ ହୋଇ ନିଜର ନୂଆ ନାଁ ସମ୍ପର୍କରେ ଆଲୋଚନା କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦୁଇ ଥର କେନ୍ଦ୍ରରେ କ୍ଷମତାରେ ଥିଲା। ଏହାର ଅଧ୍ୟକ୍ଷା ଥିଲେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ବିରୋଧୀ ଏବେ ଠାରୁ ପ୍ରସ୍ତୁତ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ବିଜେପିକୁ ୨୦୨୪ ସାଧାରଣ ନିର୍ବାଚନରେ ଚେକ୍ ଦେବାକୁ ୨୬ଟି ବିରୋଧୀ ଦଳ ବେଙ୍ଗାଲୁରୁରେ ମହାବୈଠକ କରୁଛନ୍ତି। କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି ବୈଠକକୁ ସମ୍ବୋଧିତ କରି କହିଛନ୍ତି ବିରୋଧୀ ଦଳର ବିଧାୟକଙ୍କୁ ବ୍ଲାକମେଲ କିମ୍ବା ଲାଞ୍ଚ ଦିଆଯାଉଛି ଯାହା ଦ୍ୱାରା ସେମାନେ ଭାଜପାରେ ଯୋଗଦେଇ ବିଭିନ୍ନ ରାଜ୍ୟ ସରକାରଙ୍କ ପତନ ଘଟାଉଛନ୍ତି। ଆମେ ମତଭେଦକୁ ଭୁଲି କେନ୍ଦ୍ର ସରକାରଙ୍କ ବିରୋଧରେ ଲଢ଼ିବା ଆବଶ୍ୟକ।ଆଜିଠୁ ବିରୋଧୀ ଦଳର ହେଲା ନୂଆ ନାମକରଣ। ଭାରତୀୟ ଜନତା ପାର୍ଟି ବିରୋଧୀ ମେଣ୍ଟ ଦଳକୁ ଆଉ ୟୁନାଇଟେଡ୍ ପ୍ରୋଗ୍ରେସ୍ ଆଲିଆନ୍ସ (ୟୁପିଏ) କୁହାଯିବ ନାହିଁ। ଆଜି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ମେଗା ବିରୋଧୀ ବୈଠକରେ ଦଳର ନୂତନ ନାମ ସ୍ଥିର ହୋଇଛି। ୨୬ ବିପକ୍ଷ ଦଳ ଯୋଗ ଦେଇଥିବା ଏହି ବୈଠକରେ ୟୁପିଏର ନୂଆ ନାମ ‘ଇଣ୍ଡିଆ’ ହୋଇଛି। ୨୦୨୪ ନିର୍ବାଚନ ପାଇଁ ଏହି ମେଣ୍ଟ ନୂଆ। ଏଣିକି ଇଣ୍ଡିଆନ୍ ନ୍ୟାସ୍ନାଲ୍ ଡେମୋକ୍ରାଟିକ ଇନ୍କ୍ଲୁସିଭ୍ ଆଲିଆନ୍ସ (ଇଣ୍ଡିଆ) ନାମରେ ଏହି ମେଣ୍ଟ ଦଳକୁ ଜଣାଯିବ। ଏହି ନୂଆ ନାମକରଣ ସଂପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେ ଘୋଷଣା କରିଥିଲେ। ସେ କହିଥିଲେ ଯେ ‘ଦଳ କେବଳ ଏହି ଗୋଟିଏ ପ୍ରସଙ୍ଗରେ ନିଷ୍ପତ୍ତି ନେଉନାହାନ୍ତି। ବୈଠକରେ ଏକ ସାମୂହିକ ନିଷ୍ପତ୍ତି ନିଆଯିବ।’ ସମସ୍ତେ ଏହି ନାମକରଣରେ ସହମତି ପ୍ରକାଶ କରିଛନ୍ତି। ଖଡଗେ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ମତ ରଖି କହିଥିଲେ କି, ‘ଆମେ ସବୁ ପ୍ରକାରର ନିଷ୍ପତ୍ତି ନେବୁ। କେଉଁ ବିଷୟ ଉପରେ ଆଲୋଚନା ହେବାକୁ ଯାଉଛି ତାହା ମୁଁ ବର୍ତ୍ତମାନ କହିପାରିବି ନାହିଁ। କଂଗ୍ରେସ ଏକୁଟିଆ ନିଷ୍ପତ୍ତି ନେଉନାହିଁ। ସମସ୍ତ ବିରୋଧୀ ଦଳ ଏକାଠି ବସି ଏକତ୍ର ନିଷ୍ପତ୍ତି ନେବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |