ଭୁବନେଶ୍ୱର,,୧୮।୭: ଓଡ଼ିଆ ସାହିତ୍ୟର ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ ରାଉତଙ୍କ ପରଲୋକ ଘଟିଛି । ଦୁର୍ଘଟଣାର ଶୀକାର ହୋଇ ପ୍ରବୋଧ କିଛି ଦିନରୁ ଚିକିତ୍ସିତ ହେଉଥିଲେ । ତେବେ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ଓଡ଼ିଆ ଭାଷା ଏବଂ ସାହିତ୍ୟକୁ ସେ ଖୁବ ଭଲ ପାଉଥିଲେ ଏବଂ ଏହାକୁ ନୂଆ ଦିଗ ଦେବାରେ ସେ ପ୍ରଚେଷ୍ଟା ଜାରି ରଖିଥିଲେ । ତେବେ ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କ ଦେହାନ୍ତରେ ଓଡ଼ିଶା ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |