ମୁକୁଳା ଡ୍ରେନରେ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ

କଟକ,୧୯।୭: କଟକରେ ମୁକୁଳା ଡ୍ରେନରେ ପଡି ପୁଣି ଜଣଙ୍କର ଜୀବନ ଯାଇଛି । କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍ । କଟକ ବାରପଥର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବାରପଥର ଅଞ୍ଚଳରେ ଥିବା ବଡ଼ ମୁକୁଳା ଡ୍ରେନରେ ଜାଇକା କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।  ଏଠାରେ ଥିବା ଏକ ମୁକୁଳା ଡ୍ରେନରେ ପଡି ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଜାଇକା କାର୍ଯ୍ୟରେ ନିୟୋଜିତ ଜଣେ ସଫେଇ କର୍ମଚାରୀ । ଡ୍ରେନ ନିକଟରେ ସଫେଇ କରୁଥିବା ସମୟରେ ସେ ଡ୍ରେନ ମଧ୍ୟକୁ ଖସି ପଡିଥିଲେ । ମିଳିଥିବା ସୂଚନାରୁ ଜଣାପଡିଛି ବକ୍ସିବଜାର ଅଞ୍ଚଳରେ ଡ୍ରେନ ନିକଟରେ ସଫେଇ କାମ କରୁଥିବା ବେଳେ ନରସିଂହ ରାଓ ନାମକ ଏହି ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଡ୍ରେନରୁ ଖସିପଡିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗତ ଶନିବାର ମଧ୍ୟ ମୁକୁଳା ଡ୍ରେନ୍ରେ ପଡି କଟକରେ ଜଣଙ୍କର ପ୍ରାଣ ଯାଇଥିଲା ।
କଟକରେ ମୁକୁଳା ଡ୍ରେନରେ ପଡି ବାରମ୍ବାର ଲୋକଙ୍କ ଜୀବନ ଯାଉଥିଲେ ମଧ୍ୟ ସରକାର କି ପ୍ରଶାସନର ନିଦ ଭାଙ୍ଗୁନାହିଁ । ଏହାକୁ ନେଇ ସାଧାରଣ ସ୍ତରରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!