ନୂଆଦିଲ୍ଲୀ ,୧୯।୭: ଆଗାମୀ୨୧ରେ ବଙ୍ଗୋପସାଗରରେ ଲଘୁଚାପ | ୨୨ତାରିଖ ସୁଦ୍ଧା ଭୀଷଣ ବ୍ୟତ୍ୟାର ରୂପ ନେଇପାରେ । ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଉପକୂଳ ତଥା ଉପକୂଳ ଓଡ଼ିଶା ଉପରେ ଏହି ବାତ୍ୟାର ଆଶଙ୍କା ଦେଖାଦେଇଛି । ଆସନ୍ତା ୨୨ତାରିଖ ସୁଦ୍ଧା ଏହା ଭୀଷଣ ବ୍ୟତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ଏହି ବାତ୍ୟା ସମୁଦ୍ର ପତନଠାରୁ ପ୍ରାୟ ୭.୬ କି.ମି ଦୂରରେ ଅବସ୍ଥିତ ରହିଛି । ତେଣୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ଏକ ଲଘୁଚାପ ସୃଷ୍ଟି କରିପାରେ । ତେବେ ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ କରି ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି । କିଛି ସହରରେ ଦକ୍ଷିଣ ପଶ୍ଚିମ ଦିଗରେ ପ୍ରାୟ ୧୦ ରୁ ୧୨ କି.ମି ବେଗରେ ପବନ ବହିବା ସହ ପ୍ରବଳ ଘଡଘଡି ବିଜୁଳି ଏବଂ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହାବ୍ୟତୀତ ଆସନ୍ତା ୧୯ ତାରିଖରୁ ୨୨ ତାରିଖ ମଧ୍ୟରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ୨୦-୨୨ ତାରିଖ ମଧ୍ୟରେ ବାତ୍ୟା ଏକ ଲଘୁଚାପର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ତେବେ ବାତ୍ୟାର ପ୍ରଭାବକୁ ଦେଖିବାକୁ ଗଲେ, ଏହା ବେଙ୍ଗଲ ଉପକୂଳରୁ ଖୁବ ଦୂରରେ ରହିଛି । ତେଣୁ କୋଲକାତାରେ ଏହାର ବିଶେଷ ପ୍ରଭାବ ରହିବ ନାହିଁ । କିନ୍ତୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉପକୂଳ ଓଡ଼ିଶା ଉପରେ ଏହି ବାତ୍ୟାର ସମ୍ଭାବନା ଜାରି ରହିଛି । ନିମ୍ନ ଚାପରେ ପରିଣତ ହେବା ପରେ ଏହି ବାତ୍ୟାର ପ୍ରଭାବରେ ଓଡ଼ିଶା ସମେତ ତେଲେଙ୍ଗାନା ଏବଂ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ତେଣୁ ସମୁଦ୍ର ଭିତରକୁ ପ୍ରବେଶ କରିବା ପାଇଁ ମତ୍ସ୍ୟଜୀବୀଙ୍କୁ ମନା କରାଯିବା ସହିତ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |