ମଦ ବେପାରୀଠାରୁ ମାସିକ ବଟି ନେଇ ଧରା ପଡ଼ିଲେ IIC ଓ ASI

ବାଲେଶ୍ୱର,୧୯।୭: ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରା ପଡିଯାଇଛନ୍ତି ଚାନ୍ଦିପୁର ଥାନାର ଦୁଇ ଜଣ ଅଧିକାରୀ । ପୋଲିସ ଷ୍ଟେସନରେ କାର୍ଯ୍ୟରତ ଆଇଆଇସି ଏବଂ ଏଏସଆଇଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଚାନ୍ଦିପୁର ଥାନାର ଆଇଆଇସି ଗଣେଶ୍ୱର ପ୍ରଧାନ ଏବଂ ଏଏସଆଇ ପ୍ରଦୀପ ମହାନ୍ତି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମଦ ବ୍ୟବସାୟୀଠାରୁ ମାସିକିଆ ବଟି ଆକାରରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଉଭୟ ଥାନା ଅଧିକାରୀ ।ଦୁଇ ଲାଞ୍ଚୁଆ ପୁଲିସ୍‌ଙ୍କୁ ଧରିଲା ଭିଜିଲାନ୍ସ। ମଦ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଥାନା ଅଧିକାରୀ ଓ ଏଏସ୍‌ଆଇଙ୍କୁ ଭିଜିଲାନ୍ସ ମାଡ଼ି ବସିଲା। ଏଥିସହ ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି।   ବାଲେଶ୍ୱର ଜିଲ୍ଲା ପାତ୍ରପଡ଼ା, ବଳରାମଗଡ଼ି ଓ ଫୁଲାଡ଼ିରେ ନବକୁମାର ରାୟଙ୍କର ୩ଟି ସରକାରୀ ଠିପି ବନ୍ଦ ମଦ ଦୋକାନ ରହିଛି। ତେବେ ବଳରାମଗଡ଼ିରେ ଥିବା ମଦ କାଉଣ୍ଟର ପାଇଁ ଚାନ୍ଦିପୁର ଥାନାର ଆଇଆଇସି ଗଣେଶ୍ୱର ପ୍ରଧାନ ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ଦାବି କରୁଥିଲେ। ଏଥିପାଇଁ ଏଏସ୍‌ଆଇ ବଳି ମହାନ୍ତି ମଧ୍ୟସ୍ଥତା କରୁଥିଲେ। କିନ୍ତୁ ଏହି ବଟି ଟଙ୍କା ଦେବା ପାଇଁ ରାଜି ନଥିଲେ ନବକୁମାର। ସେ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!