ସିଡ୍ନି,୨୦ା୭:୨ ମାସ ପରେ ଉଦ୍ଧାର ହେଲେ ସମୁଦ୍ରରେ ଭାସୁଥିବା ନାବିକ ଓ କୁକୁର| କଞ୍ଚାମାଛ ଓ ବର୍ଷାପାଣି ପିଇ ପ୍ରାୟ ଦୁଇ ମାସ ହେବ ସମୁଦ୍ରରେ ଭାସି ବୁଲୁଥିବା ସଡ୍ନିର ଜଣେ ୫୧ ବର୍ଷିୟ ନାବିକ ଓ ତାଙ୍କ କୁକୁରକୁ ଉଦ୍ଧାର କରାଯାଇଛି। ରିପୋର୍ଟ ଅନୁସାରେ, ୫୦୦୦ କିଲୋମିଟର୍ରୁ ଅଧିକ ଦୂରରେ ଅବସ୍ଥିତ ଫ୍ରେଞ୍ଚ୍ ପଲିନେସିଆ ଯିବା ପାଇଁ ସାଡକ୍ ଏପ୍ରିଲ୍ ମାସରେ ମେକ୍ସିକୋର ଲା ପାଜ୍ରୁ ଜଳଯାତ୍ରା ଆରମ୍ଭ କରିଥିଲେ। ଜଳଯାତ୍ରାରେ ବାହାରିଯିବାର ମାତ୍ର କେଇ ସପ୍ତାହ ପରେ ତୋଫାନ ଯୋଗୁଁ ତାଙ୍କ ବୋଟ୍ କ୍ଷତିଗ୍ରସ୍ତ ହେବା ସହିତ ‘କ୍ୟାଟାମାରାନ୍ସ୍ ଇଲେକ୍ଟ୍ରୋନିକ୍ସ୍ ଆଣ୍ଡ୍ କମ୍ୟୁନିକେସନ୍ ସିଷ୍ଟମ୍’ ନଷ୍ଟ ହୋଇଯିବାରୁ ପ୍ରଶାନ୍ତ ମହାସାଗରରେ ସେ ଓ ତାଙ୍କ କୁକୁର ବେଲା ଭାସି ବୁଲୁଥିଲେ। ଜୁଲାଇ ୧୨ ତାରିଖ ଦିନ ମେକ୍ସିକୋର ଗୋଟାଏ ମାଛମରା ଟ୍ରଲର୍କୁ ଖୋଜୁଥିବା ହେଲିକପ୍ଟର୍ ଦୁହିଁଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରାଯାଇଥିବା ଫଟୋରେ ଦେଖାଯାଉଛି ସାଡାକ୍ଙ୍କର ଦାଢ଼ି ବଢ଼ି ଲମ୍ବା ହୋଇଯାଇଛି। ଦୁଇ ମାସ ଧରି କଞ୍ଚାମାଛ ଖାଇ ଓ ବର୍ଷା ପାଣି ପିଇ ସାଡକ୍ ବଞ୍ଚିଥିଲେ। ସମୁଦ୍ରରୁ ମାଛ ଧରିବା ପାଇଁ ଯୋଗକୁ ତାଙ୍କ ପାଖରେ ବନସୀଟିଏ ଥିଲା। ଖରାରୁ ରକ୍ଷା ପାଇବା ପାଇଁ ଡଙ୍ଗାରେ ଥିବା ଛୋଟ ଛାତ ତଳେ ଆଶ୍ରୟ ନେଉଥିଲେ। ଏତେ ସବୁ ଅସୁବିଧା ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟ ଠିକ୍ ଥିବା କଥା ସେ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |