ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ

ନୟାଗଡ ,୨୧।୭:ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଗାଁରେ ଗତକାଲି ବୋମାମାଡ଼ ହୋଇଛି। ବୋମାମାଡରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଶଶିକାନ୍ତି ଷଡ଼ଙ୍ଗୀ ଓ ତାଙ୍କର ଦୁଇ ଭାଇ। ଅଭିଯୁକ୍ତ ସିନିବାସ ବେହେରାକୁ ପୁଲିସ ଅଟକ ରଖିଛି। ଶଶିକାନ୍ତଙ୍କର ଟାକରା ଛକରେ ପାନ ଦୋକନ ରହିଛି। ସିନିବାସଙ୍କର ମଧ୍ୟ ସେହି ଛକରେ ଦୋକାନ ରହିଛି। ଶଶିକାନ୍ତ ଓ ସନିବାସଙ୍କର କୌଣସି ପୂର୍ବରୁ ଝଗଡ଼ା ହୋଇଥିଲା।ଗତକାଲି ରାତିରେ ଶଶିକାନ୍ତ ଓ ତାଙ୍କର ଦୁଇ ଭାଇ ଦୋକାନରେ ଥିବା ବେଳେ ସିନିବାସ ଆସି ଦୋକାନ ଉପରେ ବୋମାମାଡ଼ କରିଥିଲେ।ବୋମାମାଡ଼ ହେବାରୁ ଶଶିକାନ୍ତ ଓ ତାଙ୍କ ଦୁଇ ଦୋକାନ ଭିତରୁ ବାହାରି ଆସିଥିଲେ। ସିନିବାସ ତାଙ୍କ ଉପରେ ପୁଣି ବୋମାମାଡ଼ କରିଥିଲେ। ନିକଟରେ ଥିବା ଦୋକାନୀ ଘଟଣାସ୍ଥଳରେ ପହଞ୍ଚି ସିନିବାସକୁ କାବୁ କରିଥିଲେ। ଶଶିକାନ୍ତଙ୍କ ସହ ତାଙ୍କ ଦୁଇ ଭାଇଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ପୁଲିସ ପହଞ୍ଚି ସିନିବାସକୁ ଥାନାକୁ ନେଇ ପଚରାଉଚରା କରୁଛି ଓ ଘଟଣା ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!