ନୂଆଦିଲ୍ଲୀ,,୨୧।୭ ମଣିପୁର ଓ ରାଜସ୍ଥାନରେ ଭୂମିକମ୍ପ ଝଟକା । ରାଜସ୍ଥାନରେ ଗୋଟିଏ ଘଣ୍ଟାରେ ୩ଟି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଜୟପୁରରେ ଅନୁଭୂତ ଭୂମିକମ୍ପର ତୀବ୍ରତା ୩.୪ ରେକର୍ଡ କରାଯାଇଛି । ସେହିପରି ମଣିପୁର ଉଖରୁଲରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏନେଇ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଅନୁସାରେ, ପାହାନ୍ତା ୪ ରୁ ଭୋର୍ ୪.୨୫ ମଧ୍ୟରେ ରାଜସ୍ଥାନର ଜୟପୁରରେ ଗୋଟିକ ପରେ ଗୋଟିଏ ୩ ଥର ଭୂକମ୍ପନ ସଂଘଠିତ ହୋଇଛି। ରିକ୍ଟର୍ସ୍କେଲ୍ ଅନୁସାରେ, ପାହାନ୍ତା ୪:୦୯ରେ ଜୟପୁରରେ ସଂଘଠିତ ପ୍ରଥମ ଭୂମିକମ୍ପର ତୀବ୍ରତା ଥିଲା ୪.୪, ୪:୨୨ରେ ସଂଘଠିତ ଦ୍ବିତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୧ ଏବଂ ୪:୨୫ରେ ସଂଘଠିତ ତୃତୀୟ ଭୂମିକମ୍ପର ତୀବ୍ରତା ଥିଲା ୩.୪।ଭୂକମ୍ପନ ଅନୁଭୂତ ହେବାରୁ ଲୋକେ ଛାନିଆ ହୋଇ ଘରୁ ବାହାରକୁ ଧାଇଁ ଆସିଥିଲେ। ଭୂମିକମ୍ପ ଭୟରେ ବାହାରେ ଠିଆ ହୋଇଥିବା ଲୋକମାନଙ୍କ ଫଟୋ ଏବଂ ଘରଦ୍ବାର ଥରୁଥିବାର ଦୃଶ୍ୟର ଭିଡିଓ ଉଠାଇ କେହି କେହି ସାମାଜିକ ଗଣମାଧ୍ୟମରେ ବି ସେୟାର୍ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |