ସମ୍ବଲପୁର ଧାର୍ମିକ ଶୋଭାଯାତ୍ରାରେ କଟକଣା

ସମ୍ବଲପୁର,୨୧।୭ :  ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଗୋଟିଏ ବର୍ଷ ପାଇଁ କଟକଣା ଜାରି କରାଯାଇଛି। ଆସନ୍ତା ମହରମ ପର୍ବ ପାଳନ ପାଇଁ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଶାନ୍ତି ଓ ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ଏଠାରେ ମହରମ ପର୍ବ ପାଳନ ସମୟ​‌େ​ର ବିଭିନ୍ନ ପଡ଼ାରୁ ବାହାରୁଥିବା ଶୋଭାଯାତ୍ରା କୌଣସି ଗୋଟିଏ ସ୍ଥାନରେ ମିଳିତ ହେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ବୋଲି ଶ୍ରୀମତି ଦାସ କହିଛନ୍ତି। ତେବେ ମହରମ ପର୍ବ ଯେଭଳି ଶାନ୍ତିଶୃଙ୍ଖଳା ସହିତ ପାଳନ ହେବ ସେ ନେଇ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ଏବଂ କମିଟିମାନେ ମଧ୍ୟ ସବୁ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ କହିଛନ୍ତି। ସମ୍ବଲପୁରରେ ମହରମ ପର୍ବ ପାଳନ ସମୟରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ଶାନ୍ତିକମିଟି ବୈଠକ ଡକାଯାଇଥିବାବେଳେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।  ନିଷ୍ପତ୍ତି ପରିପ୍ରେକ୍ଷୀରେ ଶୋଭାଯାତ୍ରା ଉପରେ କଟକଣା ଜାରି କରାଯାଇଥିଲେ ସୁଦ୍ଧା ସମସ୍ତ ପର୍ବପର୍ବାଣକୁ ଲୋକେ ହର୍ଷୋଲ୍ଲାସିତ ଭାବେ ପାଳନ କରିପାରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!