ରାଜ୍ୟର ୪ ଦିନ ବର୍ଷିବ !ବଢ଼ୁଛି ହୀରାକୁଦ ଜଳସ୍ତର , ୪ ଜିଲ୍ଲାକୁ ୟାଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,୨୨।୭:ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶାର ତଟୀୟ କ୍ଷେତ୍ରରେ ସୃଷ୍ଟ ଲଘୁଚାପବଳୟ ଯୋଗୁଁ ଉପକୂଳ ସମେତ ଆଭ୍ୟନ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଆହୁରି ୪ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ଏବଂ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତା କାଲି ରବିବାର ସକାଳ ୯ ଟାରେ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇ ଗେଟ ଖୋଲିବ । ସକାଳ ୬ଟା ସୁଦ୍ଧା ୬୧୪.୦୮ ଫୁଟ ଜଳସ୍ତର ରହିଛି । ସେକେଣ୍ତ ପ୍ରତି ୯୨ ହଜାରବ ୭୭୪ କ୍ୟୁସେକ ଜଳ ପ୍ରବେଶ କରୁଛି । ଉପରମୁଣ୍ତ ଛତିଶଗଡରେ ବର୍ଷା ପରିମାଣ ଅଧିକ ଥିବାରୁ ଜଳ ପ୍ରବେଶ ବଢିବାରେ ଲାଗିଛି ।କଲମା ବ୍ୟାରେଜ ସମସ୍ତ ଗେଟ ଖୋଲା ଥିଲେ ମଧ୍ୟ ଜଳସ୍ତର ବଢୁଛି । ତେବେ ଆସନ୍ତା କାଲି ଗେଟ ଖୋଲିବ ସମୟ ପର୍ଯ୍ୟନ୍ତରେ ୬୧୬ ଫୁଟ ଜଳସ୍ତର ଛୁଇଥିବ ବୋଲି ଜଣାପଡିଛି ।  ଗେଟ ଖୋଲିବା ପରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକ ଜଳ ପ୍ରବାହିତବହେବାରୁ ନଦୀ ଭିତକୁ ଯିବା ପାଇ ବାରଣ କରାଯାଇଛି । ଡ୍ୟାମ୍ କର୍ତ୍ତୃପକ୍ଷ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ଵାରା ମହାନଦୀ ତଳିଆ ଅଞ୍ଚଳରେ ସର୍ତକ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!