ପୋର୍ଟ ଅଫ୍ ସ୍ପେନ୍ ,୨୨।୭: ବିରାଟ କୋହଲିଙ୍କ ଶତକ ,କୋହଲି ଖେଳ ଜୀବନର ୨୯ତମ ଟେଷ୍ଟ ଶତକ ଅର୍ଜନ କରି ମହାନ କ୍ରିକେଟ୍ ତାରକା ଡନ୍ ବ୍ରାଡମ୍ୟାନ୍ଙ୍କ ଶତକ କୀର୍ତ୍ତିମାନର ସମକକ୍ଷ ହୋଇଛନ୍ତି। ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ସର୍ବାଧିକ ଶତକ ଅର୍ଜନ କରିବାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୭୫ଶତକ)ଙ୍କ ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ରନ୍ ଆଉଟ୍ ହେବା ପୂର୍ବରୁ ଖେଳିଥିବା ୧୨୧ ରନ୍ର ପାଳିରେ ଆହୁରି ଅନେକ ବ୍ୟକ୍ତିଗତ କୀର୍ତ୍ତିମାନ କରିଛନ୍ତି। ତାଙ୍କ ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ଭାରତ ୪୩୮ ରନ୍ର ସମ୍ମାନଜନକ ସ୍କୋର କରିଛି। ଏହା ପୂର୍ବରୁ ସେ ଚତୁର୍ଥ ଭାରତୀୟ ଖେଳାଳି ଭାବେ ୫୦୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା (୬୧)ଙ୍କ ସହ ପଞ୍ଚମ ୱିକେଟ୍ରେ କୋହଲି ୧୫୯ ରନ୍ ଯୋଡ଼ିବା ପରେ ଭାରତ ୪୦୦ ରନ୍ ଟପିଥିଲା।୨୨।୭: ବିରାଟ କୋହଲିଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବଡ଼ ସ୍କୋର ପଥରେ ଅଗ୍ରସର ହୋଇଛି। ଶୁକ୍ରବାର ଦ୍ୱିତୀୟ ଦିବସ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ଭାରତ ୬ ଉଇକେଟ ହରାଇ ୩୭୩ ରନ ସଂଗ୍ରହ କରିଛି। ଇଶାନ କିଶନ ୧୮ ଓ ରବିଚନ୍ଦ୍ରନ ଅଶ୍ୱିନ ୬ ରନରେ ଅପରାଜିତ ରହିଛନ୍ତି। ପ୍ରଥମ ଦିବସର ଅସମାପ୍ତ ସ୍କୋର ୨୮୮/୪ରୁ ଭାରତ ଖେଳ ଆରମ୍ଭ କରିଥିଲା। ୮୭ ରନରେ ଅପରାଜିତ ଥିବା କୋହଲି ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି କ୍ୟାରିୟରର ୨୯ତମ ଶତକ ହାସଲ କରିଥିଲେ। ସେ ୯୭ ରନରେ ଥିବାବେଳେ ୯୧ତମ ଓଭରର ଦ୍ୱିତୀୟ ବଲ୍ରେ ଶାନନ ଗାବ୍ରିଏଲ୍ଙ୍କୁ ଏକ ଚୌକାମାରି ଶତକ ପୂରଣ କରିଥିଲେ। ନନ୍ଷ୍ଟ୍ରାଇକର ଏଣ୍ଟରେ ଥିବା ଜାଡେଜା ତାଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ଜଣାଇଥିବାବେଳେ ଡ୍ରେସିଂ ରୁମ୍ର ସଦସ୍ୟମାନେ ଷ୍ଟାଣ୍ଠିଂ ଓଭେଶନ ଜଣାଇଥିଲେ। କୋହଲି ବେକରେ ପିନ୍ଧିଥିବା ନିଜ ଓ୍ବେଡିଂ ରିଙ୍ଗ୍କୁ ଚୁମ୍ବନ ଦେଇ ସେଲିବେଶନ କରିଥିଲେ। କୋହଲିଙ୍କ କ୍ୟାରିୟରର ଏହାଥିଲା ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚ। ଏପରି ଏକ ମାଇଲଖୁଣ୍ଟ ମ୍ୟାଚରେ ସେ ଶତକ ହାସଲ କରି ନିଜ କ୍ୟାରିୟରକୁ ଅଧିକ ସ୍ମରଣୀୟ କରିଥିଲେ। ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିଥିଲେ ହେଁ ଏଠାରେ ଶତକ ହାସଲ କରିବାକୁ କୋହଲି ବିଶେଷ ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ। ଜାଡେଜାଙ୍କ ସହ ୫ମ ଉଇକେଟରେ ୧୫୯ ରନର ଭାଗୀଦାରିପରେ କୋହଲି ଦୁର୍ଭାଗ୍ୟ ଜନକଭାବେ ରନ୍ଆଉଟ ହୋଇ ଯାଇଥିଲେ। ୨୦୬ ବଲ୍ରୁ ୧୧ ଚୌକା ସହାୟତାରେ ୧୨୧ ରନ କରିଥିବାବେଳେ କୋହଲି ଜୋମେଲ ଓ୍ବାରିକାନଙ୍କ ଏକ ବଲ୍କୁ ସ୍କୋୟାରଲେଗ୍ ଅଞ୍ଚଳକୁ ଖେଳି ସିଙ୍ଗଲ ରନ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଆଲଜାରି ଜୋସେଫଙ୍କ ଥ୍ରୋ ସିଧାସଳଖ ଷ୍ଟମ୍ପରେ ଲାଗିଥିଲା। କୋହଲି ଡାଇଭ୍ ମାରିଥିଲେ ହେଁ କ୍ରିଜ୍ଠାରୁ ଏକ ଇଞ୍ଚ ଦୂରରେ ରହି ଯାଇଥିଲେ। ଏହାକୁ ମିଶାଇ କୋହଲି ଟେଷ୍ଟରେ ତୃତୀୟ ଥରପାଇଁ ରନ୍ଆଉଟ ହୋଇଥିଲେ। ଫଳରେ ତାଙ୍କ ବ୍ୟାଟିଂକୁ ସୁହାଉଥିବା ପିଚ୍ରେ ସେ ବଡ଼ ସ୍କୋର କରିବାରୁ ବଞ୍ଚତ୍ତ ହୋଇଥିଲେ। କୋହଲିଙ୍କ ପରେ ଜାଡେଜା ମଧ୍ୟ ଏକାଗ୍ରତା ହରାଇ ୬୧ ରନକରି ପ୍ୟାଭିଲିୟନ ଫେରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କେମର ରୋଚ୍-୨ଟି ଏବଂ ଶାନନ ଗାବ୍ରିଏଲ, ଜୋମେଲ ଓ୍ବାରିକାନ ଓ ଜାସନ ହୋଲ୍ଡର ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |