ଏୟାରପୋର୍ଟରୁ ଧରାପଡ଼ିଲା ୧୦ କୋଟିର ବିଦେଶୀ ଟଙ୍କା

ନୂଆଦିଲ୍ଲୀ,୨୨।୭ :ବେଆଇନ ଭାବେ ବିପୁଳ ପରିମାଣର ବିଦେଶୀ ଟଙ୍କା ନେଇ ଯାଉଥିବା ୩ଜଣଙ୍କୁ ଏୟାରପୋର୍ଟରୁ ଧରିଛନ୍ତି କଷ୍ଟମମ୍ସ ଅଧିକାରୀ। ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ୧୦ କୋଟି ଟଙ୍କାର ବିଦେଶୀ ଟଙ୍କା ଜବତ କରାଯାଇଛି। ପ୍ରଥମଥର ପାଇଁ ଶୁକ୍ରବାର ଏତେ ପରିମାଣ ବିଦେଶୀ ଟଙ୍କା କୌଣସି ଏୟାର ପୋର୍ଟରୁ ଜବତ କରାଯାଇଛି। ତାଜିକିସ୍ତାନର ୩ ଜଣ ଲୋକଙ୍କ ଠାରୁ ଏହାକୁ ଜବତ କରାଯାଇଥିବା କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି।ମିଳିଥିବା ସୂଚନା ଅନୁସାରେ, ବିଦେଶୀ ଟଙ୍କା ଗୁଡ଼ିକୁ ଅଭିଯୁକ୍ତମାନେ ଲଗେଜ ଭିତରେ ଥିବା ଜୋତା ମଧ୍ୟରେ ଲୁଚାଇ ରଖିଥିଲେ। ୩ ଅଭିଯୁକ୍ତ ଦିଲ୍ଲୀ ଏୟାରପୋର୍ଟରୁ ଇସ୍ତାନବୁଲ ଯିବାର ଥିଲା। ସେମାନେ ବିମାନରେ ବସିବା ପାଇଁ ଯାଉଥିବା ବେଳେ ହଠାତ୍‌ କେଷ୍ଟମ ବିଭାଗର ଅଧିକାରୀମାନେ ସେମାନଙ୍କୁ ଅଟକାଇଥିଲେ।ଯାଞ୍ଚ ସମୟରେ ସେମାନଙ୍କ ଠାରୁ ୭,୨୦,୦୦୦ ଡଲାର ଓ ୪,୬୬,୨୦୦ ୟରୋ ଜବତ କରଯାଇଥିଲା। ଏତେ ପରିମାଣର ବିଦେଶୀ ଟଙ୍କାର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୦.୬ କୋଟି ଟଙ୍କା ହେବ। ଅଧିକାରୀମାନେ ବିଦେଶୀ ଟଙ୍କାଗୁଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।ଏତେ ପରିମାଣର ବିଦେଶୀ ଟଙ୍କା କେବେ ହେଲେ ଭାରତର କୌଣସି ଏୟାରପୋର୍ଟରୁ ଜବତ କରାଯାଇ ନଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!