ଭୁବନେଶ୍ୱର,୨୩।୭ :ବିହାର ନାଳନ୍ଦାର କୁଲ ଗାଁରେ ଅଘଟଣ। ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି ତିନି ବର୍ଷର ଶିଶୁ ଶିବମ। ବିହାରର ୪୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିବା ୩ ବର୍ଷର ଶିଶୁ ନୂଆ ଜୀବନ ଜୀବନ ପାଇଛି । ସ୍ଥାନୀୟ ପ୍ରଶାସନ, ପୋଲିସ, ରେସକ୍ୟୁ ଟିମ୍ ଓ ଭଗବାନଙ୍କ କୃପା ବଳରେ ଆଜି ଶିବମ୍ କୁମାର ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଛି । ଦୀର୍ଘ ୮ ଘଣ୍ଟାର ରେସକ୍ୟୁ ଅପରେସନ ପରେ ଶିବମକୁ ଉଦ୍ଧାର କରାଯାଇଥିବା ଡିଏମ ସୂଚନା ଦେଇଛନ୍ତି ।ତେବେ ଉଦ୍ଧାର ପରେ ଡାକ୍ତରମାନେ ଶିବମର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି । ଦୁଇଟି ପାଇପ ସହାୟତାରେ ସିସିଟିଭିର ଉପଯୋଗ କରାଯାଇ ଶିବମକୁ ଉଦ୍ଧାର କରାଯାଇଛି । ଏହି ଅପରେସନ ପାଇଁ ଅନେକ ମେଶିନର ସହାୟତା ନିଆଯାଇଥିଲା । ଅପରେସନ ସମୟରେ ଶିବମର ସ୍ୱର ଶୁଣାଯିବା ସହିତ ତା’ ଉପରେ ନଜର ରଖାଯାଇଥିଲା । ଆଜି ସକାଳ ୯.୩୦ ସମୟରେ ଶିବମ୍ ତା’ ମା’ଙ୍କ ସହିତ କ୍ଷେତକୁ ଯାଉଥିବା ସମୟରେ ପାଦ ଖସିଯିବାରୁ ସେ ବୋରୱେଲ ଭିତକୁ ଖସି ପଡ଼ିଥିଲା । ତେବେ ପୁଅକୁ ଫେରିପାଇବା ପରେ ଶିବମର ବାପା ଓ ମାଆଙ୍କର ଖୁସି କହିଲେ ନ ସରେ । ଏଥିସହିତ ଏହି ଅପରେସନରେ କଠିନ ସଂଘର୍ଷ କରିଥିବା ରେସକ୍ୟୁ ଟିମ୍ ଓ ପ୍ରଶାସନିକ ଅଧିକାରୀଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିବ । ଏହି ଅପରେସନ ମଝିରେ ମଝିରେ ଶିବମକୁ ଖାଦ୍ୟ ଓ ପାନୀୟ ଦିଆଯାଉଥିଲା । ତେବେ ବୋରୱେଲ ଖୋଲା ଛାଡ଼ିବା ପଛରେ ଯେଉଁମାନେ ଦାୟୀ, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |