ବିପଦ ସଙ୍କେତଠାରୁ ୧ମିଟର ଉପରେ ଯମୁନା ନଦୀର ଜଳସ୍ତର

ନୂଆଦିଲ୍ଲୀ,୨୪ା୭: ଦିଲ୍ଲୀରେ ପୁଣିଥରେ ବିପଦ ସଂକେତ ଅତିକ୍ରମ କଲା ଯମୁନା ନଦୀର ଜଳସ୍ତର । ରବିବାର ସକାଳ ସୁଦ୍ଧା ନଦୀର ଜଳସ୍ତର ୨୦୫.୯୦ ମିଟର ଥିବା ବେଳେ ଆଜି ସକାଳୁ ଏହା ୨୦୬.୪୦ ମିଟରକୁ ବୃଦ୍ଧି ପାଇଛି । ତେବେ ଯମୁନା ନଦୀର ଜଳସ୍ତର ବିପଦ ସଂକେତ ଠାରୁ ୧ ମିଟର ଉପରେ ଅଛି । ଏହାସହ ହସ୍ତିନାକୁଣ୍ଡ ବ୍ୟାରେଜରୁ ଲଗାତାର ପାଣି ଛଡା ଯାଉଥିବାରୁ ଯମୁନାରେ ପୁଣି ଜଳସ୍ତର ବଢିପାରେ ନେଇ ଆଶା କରାଯାଉଛି । ହରିୟାଣାର ହାଥନିକୁଣ୍ଡ ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯିବା ପରେ ଦିଲ୍ଲୀରେ ଯମୁନା ଜଳସ୍ତର ପୁଣିଥରେ ବିପଦ ସଙ୍କେତ ଅତିକ୍ରମ କରିଛି। ରବିବାର ଅପରାହ୍ନ ୩ଟାରେ ଜଳସ୍ତର ୨୦୬.୨୬ ମିଟର ହୋଇଥିବାବେଳେ ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯିବା ସହ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବା ଲାଗି କୁହାଯାଇଛି। ଦିଲ୍ଲୀ ସରକାର ବନ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ମନ୍ତ୍ରୀ ଆତିଶି କହିଛନ୍ତି।ହସ୍ତିନାକୁଣ୍ଡ ବ୍ୟାରେଜରୁ ଲଗାତାର ପ୍ରତି ସେକେଣ୍ଡରେ ଏକ ଲକ୍ଷ ଘନ ମିଟରରୁ ଅଧିକ ଜଳ ନିର୍ଗତ ହେଉଛି । ଶନିବାର ପ୍ରତି ସେକେଣ୍ଡରେ ଦୁଇ ଲକ୍ଷ ଘନ ମିଟରରୁ ଅଧିକ ଜଳ ନିର୍ଗତ ହୋଇଥିଲା । ତେବେ କୁହାଯାଉଛି ଯେ, ଯହି ଜଳସ୍ତର ୨୦୬.୦୭ମିଟର ପର୍ଯ୍ୟନ୍ତ ବଢେ ତେବେ ଯମୁନାରେ ପୁଣି ଏକ ବଡ ଧରଣର ବନ୍ୟା ସୃଷ୍ଟି ହୋଇପାରେ ।ଅନ୍ୟପକ୍ଷେ ନୋଏଡା ଏବଂ ଗାଜିଆବାଦରେ ହିନ୍ଦନ ନଦୀରେ ଜଳସ୍ତର କ୍ରମାବତ ଭାବରେ ବୃଦ୍ଧି ପାଉଛି । ନୋଏଡାରେ ବନ୍ୟା ଆଲର୍ଟ ଜାରି କରାଯାଇ ହିନ୍ଦନ ନଦୀ କୂଳରୁ ୨୦୦ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।

 

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!