ଓଏସରେ ୧୧୪ ରାଙ୍କ ରଖି ରାଜକନିକା ପାଇଁ ଗୌରବ ଆଣିଲେ ସତ୍ୟସୁନ୍ଦର

ରାଜକନିକା,୩୧/୭ :ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ୧୧୪ତମ ରାଙ୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ତେନ୍ତୁଲିକୋଇଲି ଗାଁର ସତ୍ୟ ସୁନ୍ଦର ରାଉତରାୟ। ଆଜି ପ୍ରକାଶିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ରାଜକନିକା ତେନ୍ତୁଳିକୋଳି ଗାଁ ର ସତ୍ୟ ସୁନ୍ଦର ରାଉତରାୟ ଓଏଏସ ପାଇ ରାଜକନିକା ବ୍ଲକ ପାଇଁ ଗୌରବ ଆଣିଛନ୍ତି l ତେବେ ସତ୍ୟ ସୁନ୍ଦର ପ୍ରଥମ ଥର ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ସହ ଥରକରେ ଏହି ସଫଳତା ପାଇଥିବାରୁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟିଛି l ପୁନଶ୍ଚ ଏହି ସିଭିଲ ସର୍ଭିସ ପାଇଁ ସତ୍ୟ ସୁନ୍ଦର ବ୍ୟାଙ୍କ ଅଫ ବରୋଦା ରେ ମ୍ୟାନେଜର ଚାକିରୀ କରୁଥିବା ବେଳେ ୪ ବର୍ଷର ଚାକିରୀ କୁ ତୁଛ କରି ସିଭିଲ ସର୍ଭିସରେ ମନ ବଳାଇ ପ୍ରଥମ ଥରରେ କୃତକାର୍ଯ୍ୟ ହେବାର ନିଜ ଭିତରେ ଭରସା ରଖିବା ଏବଂ ତାହାକୁ ସଫଳ କରି ଦେଖାଇଥିବରୁ ସାରା ପରିବାର ଏହି ସଫଳତାରେ ଆତ୍ମହରା ହୋଇଛନ୍ତି l ବ୍ୟାଙ୍କ ଚାକିରୀ ଛାଡିବା ସହ ଦୀର୍ଘ ୨ବର୍ଷରୁ ଉର୍ଧ୍ଵ ସମୟ ଧରି ଏହି ସିଭିଲ ସର୍ଭିସ ପାଇଁ ପ୍ରୟାସରେ ରହିବା ପରେ ନିଶ୍ଚିତ ସଫଳତା ପାଇବାକୁ ସାବାସୀ ମିଳିଛି l ତେବେ ସତ୍ୟସୁନ୍ଦରଙ୍କ ଏହି ସଫଳତାରେ ବାପା ବିଦୁର ପ୍ରସାଦ ରାଉତ ମାଆ ମନୋରମା ରାଉତ ଏକମାତ୍ର ପୁଅର ଏହି ସଫଳତାକୁ ପୁରା ପରିବାର ବନ୍ଧୁବାନ୍ଧବ ଶୁଭେଛୁ ମାନଂକୁ ଦେଇଛନ୍ତି l ସିଭିଲ ସର୍ଭିସରେ ନିଜକୁ ନିୟୋଜିତ କରି ଅସହାୟ ମାନଙ୍କ ପ୍ରତି ଯଥୋଚିତ ନ୍ୟାୟ ପ୍ରଦାନରେ ବ୍ରତୀ ହେବାକୁ ସତ୍ୟସୁନ୍ଦର ପ୍ରାଥମିକତା ଦେବେ ବୋଲି କହିଛନ୍ତି । ଗତ ଦୁଇ ବର୍ଷ ହେବ ଏକ ଘରେବ୍ୟାଙ୍କରେ ଚାକିରି ଛାଡିବା ପରେ କୌଣସି କୋଚିଂ ନନେଇ ନିଜ ଘରେରହି ଓଏସ ପାଇଁ ପ୍ରସ୍ତୃତ ହେଉଥିଲେ।ନିଜର କଠିନ ପରିଶ୍ରମ ଓ ଏକାଗ୍ରତା ପାଇଁ ଆଜି ସେ ସଫଳତା ପାଇଥିବା ସତ୍ୟ ସୁନ୍ଦର କହିଛନ୍ତି। ନିଜର ଦାଦା,ବାପା ଓ ମାଙ୍କ ପ୍ରେରଣା ହିଁ ତାଙ୍କୁ ଆଗକୁ ପାଠ ପଢିବାରେ ସହାୟ ହୋଇଥିଲା। ଆଜି ସେ ଓଏସରେ ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅଛୁଟୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!