ପଟ୍ଟାମୁଣ୍ଡାଇ ,୧।୮: ଆଜିଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥାଏ ଭିତରକନିକା।କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜିଠୁ ଭିତରକନିକା ଖୋଲୁ ଥିବାରୁ ପର୍ଯ୍ୟଟକମାନେ ଖୁସି ଅଛନ୍ତି।ଭିତରକନିକାରେ ପ୍ରବେଶ କରିବା ପାଇଁ ଆଗ୍ରହୀ ଥିବା ପର୍ଯ୍ୟଟକ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି, ପ୍ରଭୁତି ତିନୋଟି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ପରିଚୟ ପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ବନବିଭାଗ ପକ୍ଷରୁ ୧୪ଟି ସରକାରୀ ଓ ୬୪ଟି ଘରୋଇ ବୋଟ ପ୍ରସ୍ତୁତ ରଖାଯାଇଛି। ଭିତରକନିକାରେ ପ୍ରବେଶ କରିବା ପାଇଁ ଆଗ୍ରହୀ ଥିବା ପର୍ଯ୍ୟଟକ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି, ପ୍ରଭୁତି ତିନୋଟି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୬ଟି ବ୍ୟାଟେରୀ ଗାଡିର ବ୍ୟବସ୍ଥା କରିଛି ବନବିଭାଗ l ପ୍ରବେଶ ଦ୍ୱାର ପାଖରୁ ବୋଟ ଯାଏ ପର୍ଯ୍ୟଟକ ଏହାର ସୁବିଧା ନେଇପାରିବେ lଏନେଇ ରାଜନଗର ବନ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି, ଗତ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲା ଯାଉଛି। ଏଥର ଅଧିକ ସଂଖ୍ୟକ ପର୍ଯ୍ୟଟକ ଭିତରକନିକା ବୁଲିବାକୁ ଆସିବେ ବୋଲି ଆଶା କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |