ଫରେନସିକ୍ ସାଇନ୍ସ ସେବା ସଂଗଠନର ଆଧୁନିକୀକରଣ ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୨।୮: ରାଜ୍ୟରେ ଅପରାଧ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ ରାଜ୍ୟ ଅପରାଧ ବିଧି ସେବା ସଙ୍ଗଠନ(ଫୋରେନସିକ ସାଇନ୍ସ ସର୍ଭିସେସ ଅର୍ଗାନାଇଜେଶନ)କୁ ଆଧୁନିକୀକରଣ କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ଅପରାଧ ବିଧି ସେବା ସଙ୍ଗଠନ ଆଧୁନିକୀକରଣ ନାମରେ ଏକ ନୂଆ ସ୍କିମ୍‌ ଆରମ୍ଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୧୫୦.୦୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏହି ଯୋଜନାରେ ୫ ବର୍ଷ ପାଇଁ ଲାଗୁ ହେବ । ବାଲେଶ୍ୱର ଓ ସମ୍ବଲପୁରରେ ହେବ ଆଂଚଳିକ ଫରେନ୍ସିକ ଲାବ୍ । ଦୁଇଟି ଆଂଚଳିକ ଲାବ୍ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ବିଭିନ୍ନ ସାମଗ୍ରୀ ପାଇଁ ୧୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମୋବାଇଲ ଫରେନ୍ସିକ ଭ୍ୟାନ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!