ନୂଆଦିଲ୍ଲୀ,୨।୮: ରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ୍ରେ ଦିନିକିଆ ଶୃଙ୍ଖଳା ଜିତିଛି । ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍କୁ ୨୦୦ ରନରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ହୋଇଛି ।ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜଙ୍କ ବିନା ଖେଳିଥିବା ଭାରତର ଯୁବ ଦଳ ୱେଷ୍ଟଇଣ୍ଡିଜ ଦିନିକିଆ ଶୃଙ୍ଖଳା ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତୃତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୨୦୦ ରନରେ ପରାସ୍ତ କରି ୨-୧ରେ ଶୃଙ୍ଖଳା ବିଜୟ ହୋଇଛିା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଶୁବମନ ଗିଲ୍ ଓ ଈଶାନ କିଶନ ଶତକ ଭାଗୀଦାରି କରିଥିଲେ। ଭାରତ ୩୫୧ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିନେଇଥିଲା। ଗିଲ୍-ଈଶାନ ୧୪୩ ରନ୍ର ଭାଗୀଦାରି ପ୍ରତିଷ୍ଠା କରିଥିଲେ। ଯାହାକି ୱେଷ୍ଟଇଣ୍ଡିଜ୍ରେ ଭାରତ ପାଇଁ ପ୍ରଥମ ୱିକେଟ୍ରେ ସର୍ବୋଚ୍ଚ ଭାଗୀଦାରି ରେକର୍ଡ ପ୍ରତିଷ୍ଠା କରିଥିଲା। ୨୦୧୭ ମସିହାରେ ପୋର୍ଟ ଅଫ୍ ସ୍ପେନ୍ରେ ଶିଖର ଧାୱନ ଏବଂ ଅଜିଙ୍କ୍ୟ ରାହାଣେ ପ୍ରଥମ ୱିକେଟ୍ ପାଇଁ ୧୩୨ ରନ୍ ଉଠାଇଥିଲେ। ୬ ବର୍ଷ ପରେ ଏହି ରେକର୍ଡ ଭାଙ୍ଗିଛି। ୪୩ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ପରେ ବାମହାତୀ କିଶନ ୬୪ ବଲ୍ରୁ ୭୭ ରନ୍ କରି ଆଉଟ୍ ହୋଇଥିଲେ। ଏହି ପାଳିରେ ୮ ଚୌକା, ୩ ଛକା ସାମିଲ ଥିଲା।ଠାକୁର-ଜୟଦେବ ଉନାଦକଟ୍ ମିଳିତ ଭାବେ ୩ଟି ୱିକେଟ୍ ଦଖଲ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |