ଦେଶର ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ : ପ୍ରକଳ୍ପକୁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୬।୮ : ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାକୁ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୨୪ ହଜାର ୪୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ଷ୍ଟେସନର ନବୀକରଣ କରାଯିବ ।ତେବେ ଆଜିର ଦିନ ଏକ ଐତିହାସିକ ଦିନ ବୋଲି ମୋଦୀ ଟ୍ୱିଟ୍ କରିଛନ୍ତି । ୨୫ ହଜାର କୋଟି ଟଙ୍କାର ପୁନର୍ବିକାଶ କାର୍ଯ୍ୟକ୍ରମ ରେଲୱେର ଭିତ୍ତିଭୂମି କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ । ଜନସାଧାରଣଙ୍କ ଭାବନାକୁ ସମ୍ମାନ ଦେଇ ସରକାର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି । ଦକ୍ଷିଣ ଆଫ୍ରିକା, ୟୁକ୍ରେନ, ପୋଲାଣ୍ଡ ଓ ସ୍ୱିଡେନରେ ଯେତେ ରେଳ ଟ୍ରାକ ରହିଛି ଭାରତ ଗତ ୯ ବର୍ଷ ମଧ୍ୟରେ ସେତିକି ନିର୍ମିାଣ କରିଛି ବୋଲି ମୋଦୀ କହିଥିଲେ ।ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ପୁନର୍ବିକାଶ ହେବ । ରାଜ୍ୟର ମଞ୍ଚେଶ୍ୱର, ଖୋର୍ଦ୍ଧା ରୋଡ଼ ଆଦି ଷ୍ଟେସନ ବିଶ୍ୱସ୍ତରୀୟ ହେବ । ଏହିସବୁ ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ଏହି କାର୍ଯ୍ୟକ୍ରମରେ ସାରା ଦେଶର ୧୦ ଲକ୍ଷ ଲୋକ ସାମିଲ ହୋଇଥିଲେ । ସେମାନଙ୍କର ମଧ୍ୟରେ ୪ ଲକ୍ଷ ଛାତ୍ର ଓ ୧ ଲକ୍ଷ ଶିକ୍ଷକ ରହିଥିଲେ । ଏଥିସହିତ ୧୯ଟି ରାଜ୍ୟର ରାଜ୍ୟପାଳ ଓ ଉପରାଜ୍ୟପାଳ, ୧୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୧୬ ଜଣ କେନ୍ଦ୍ରୀମନ୍ତ୍ରୀ, ୨୮ ଜଣ କେନ୍ଦ୍ର ରାଜ୍ୟମନ୍ତ୍ରୀ, ୬୬ ରାଜ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ମୂକସାକ୍ଷୀ ପାଲଟିଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!