ବେଜିଂ,୬।୮ : ଚୀନ୍ର ପୂର୍ବ ପ୍ରାନ୍ତରେ ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୫.୫। ଶକ୍ତିଶାଳୀ ଭୂ-କମ୍ପ ଝଟକା ହେବାରୁ ଅନେକ ଘରଦ୍ବାରା ଭାଙ୍ଗିଯିବା ସହ ୧୦ ଜଣ ଲୋକ ଆହତ ହୋଇଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି । ଚାଇନାର ଶାନନ୍ଦୋଙ୍ଗ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଦେଝାଉ ସହରର ପିଙ୍ଗୟୁଆନ କାଉଣ୍ଟିରେ ୫.୫ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଛି। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର କହିଛି ରବିବାର ଦିନ ସ୍ଥାନୀୟ ସମୟ ରାତ୍ର ସାଢ଼େ ଦୁଇଟାରେ ଏହି କମ୍ପନ ଅନୁଭୂତ ହୋଇଛି।ଲୋକେ ରାତିରେ ଘରେ ଶୋଇଥିବା ସମୟରେ ଭୂକମ୍ପ ହୋଇଥିଲା। ଫଳରେ ଲୋକେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |