ସାଂସଦ ପଦ ଫେରିପାଇଲେ ରାହୁଲ ଗାନ୍ଧୀ

 ନୂଆଦିଲ୍ଲୀ,୭।୮: ରାହୁଲ ଗାନ୍ଧୀ ପୁଣି ସାଂସଦ ପଦ ଫେରିପାଇଛନ୍ତି। ଲୋକସଭା ସଚିବାଳୟ ଏହି ବିଜ୍ଞପ୍ତି ଜାରି କରିଛି। ସୁପ୍ରିମକୋର୍ଟଙ୍କଠାରୁ ଅଶ୍ଵସ୍ତି ପାଇବା ପରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଫେରାଇବା ପାଇଁ ଦ୍ୱାର ଖୋଲିଥିଲା। ଶୁକ୍ରବାର ଦିନ ସୁପ୍ରିମକୋର୍ଟ ‘ମୋଦୀ’ ଉପନାମ ମନ୍ତବ୍ୟ ମାମଲାରେ ଦଣ୍ଡାଦେଶ ଶୁଣାଇବା ପରେ ଲୋକସଭା ସଚିବାଳୟ ୱାୟାନାଡ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇ ଆଣିଛନ୍ତି। ୨୪ ମାର୍ଚ୍ଚ ୨୦୨୩ ସେ ନିମ୍ନ ଗୃହରୁ ସଦସ୍ୟତା ପଦ ହରାଇଥିଲେ। ମାର୍ଚ୍ଚ ୨୪ ତାରିଖରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ। ମୋଦୀ ସାଙ୍ଗିଆ ମାମଲାରେ ସାଂସଦ ପଦ ହରାଇଥିଲେ। ସୁରତ କୋର୍ଟଙ୍କ ଦଣ୍ଡାଦେଶ ପରେ ସାଂସଦ ପଦ ହରାଇଥିଲେ। ଗତ ଶୁକ୍ରବାର ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ୍‌‌ ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟଙ୍କ ରୋକ୍‌‌ ପରେ ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ। ସୂଚନା ଯୋଗ୍ୟ,କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗତ ଶୁକ୍ରବାର ବଡ ଆଶ୍ୱସ୍ତି ମିଳିଥିଲା।  ମୋଦୀ ସାଙ୍ଗିଆ ମାମଲାରେ ରାହୁଲଙ୍କ ଦଣ୍ଡ ଉପରେ ରୋକ୍‌‌ ଲଗାଇଥିଲେ ସୁପ୍ରିମକୋର୍ଟ। ମାନହାନୀ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରୁ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଥିଲା । ଚୂଡାନ୍ତ ଶୁଣାଣି ନ ହେବା ଯାଏଁ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡ ଉପରେ ରୋକ ଲଗାଇଛନ୍ତି। ସୁରତ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡ ଶୁଣାଇଥିଲେ। ଏହାସହ ୨ ବର୍ଷ ଜେଲ୍‌‌ ଦଣ୍ଡାଦେଶକୁ କାଏମ ରଖିଥିଲେ ହାଇକୋର୍ଟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!