ରାଜ୍ୟସଭାରେ ଆଗତ ହେଲା ଦିଲ୍ଲୀ ବିଲ୍‌

ନୂଆଦିଲ୍ଲୀ,୭।୮: ସଂସଦର ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିରହିଛନ୍ତି ବିରୋଧୀ। ଆଜି ବି ମଣିପୁର, ନୁହ ଏବଂ ଦିଲ୍ଲୀ ସେବା ବିଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ଲୋକ ସଭାରେ ଦିଲ୍ଲୀ ସେବା ବିଲ ପାରିତ ହୋଇସାରିଥିବା ବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟ ସଭାରେ ଦିଲ୍ଲୀ ସେବା ବିଲ ଆଗତ କରିଛନ୍ତି। ବିରୋଧୀଙ୍କ ପ୍ରବଳ ବିରୋଧ ଓ ହଟ୍ଟଗୋଳ ମଧ୍ୟରେ ରାଜ୍ୟରେ ସଭାରେ ଆଗତ ହୋଇଛି ଦିଲ୍ଲୀ ସର୍ଭିସ ବିଲ୍‌। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଗୃହରେ ଆଗତ କରିଛନ୍ତି। ଦିଲ୍ଲୀର ପ୍ରଶାସନିକ ବଦଳି ଓ ନିଯୁକ୍ତି ଉପରେ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ(ସଂଶୋଧନ) ବିଲ୍‌ ୨୦୨୩ ଆଣିଛନ୍ତି। ଏହାକୁ ଲୋକସଭା ଭଳି ରାଜ୍ୟସଭାରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଲୋକସଭାରେ ପ୍ରବଳ ହଙ୍ଗାମା ଓ ନାରାବାଜୀ ଭିତରେ ଦିଲ୍ଲୀ ବିଲ୍‌କୁ ସରକାର ପାରିତ କରିବାରେ ସକ୍ଷମ ହୋଇଥିଲେ। ଆଜି ରାଜ୍ୟସଭାରେ ଏହି ବିଲ୍‌ ଉପସ୍ଥାପନ କରାଯାଇଥିଲେ ହେଁ ଏହାକୁ କଂଗ୍ରେସ ଓ ଆପ୍‌ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି। କଂଗ୍ରେସ ସାଂସଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ନିୟନ୍ତ୍ରଣ କରିବା ପାଇଁ ବିଜେପି ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛି। ଏହି ବିଲ୍‌ ଅସାମ୍ବିଧାନିକ। ଏହା ମୂଳତଃ ଅଗଣତାନ୍ତ୍ରିକ ଓ ଆଞ୍ଚଳିକ ସ୍ୱରକୁ ଚାପି ଦେବା ପାଇଁ ଏହି ବିଲ୍‌ ଅଣାଯାଇଛି।ଦିଲ୍ଲୀବାସୀଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଏହା ସଙ୍ଘୀୟ ବ୍ୟବସ୍ଥାର ସବୁ ନିୟମକୁ ଉଲ୍ଲଙ୍ଘନ କରୁଛି। ସାଧାରଣ ପ୍ରଶାସନିକ ନିୟମର ସବୁ ଉତ୍ତରାଦାୟିତ୍ୱକୁ ବେଖାତିର କରୁଛି। ବିଧାନସଭା ଭିତ୍ତିକ ଗଣତନ୍ତ୍ରକୁ ମଧ୍ୟ ଏହି ବିଲ୍‌ ଦ୍ୱାରା ଚାପି ଦିଆଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!