ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

ଭୁବନେଶ୍ୱର,,୭।୮: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ବୋର୍ଡ କାର୍ଯ୍ୟଳୟରେ ସଭାପତି ପ୍ରକାଶ କଲେ ରେଜଲ୍ଟ । ମାଟ୍ରିକ ସପ୍ଲିମେଣ୍ଟାରୀ ପାସ୍ ହାର ୪୩.୬୨ ପ୍ରତିଶତ ରହିଛି ।ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି । ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ ପରୀକ୍ଷାରେ ଫେଲ୍‌ ହୋଇଥିଲେ କିମ୍ବା କୌଣସି କାରଣରୁ ପରୀକ୍ଷା ଦେଇପାରିନଥିବା ପିଲାଙ୍କ ମଧ୍ୟରୁ ୧୩୧୦ ଜଣ ଫର୍ମଫିଲପ କରିଥିଲେ, ଆଜି ସେମାନଙ୍କ ମଧ୍ୟରୁ ୪୩୩ ପାସ୍‌ ଜଣ ପାସ କହିଛନ୍ତି । ସେହପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ବି ୬୭୭୮ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ବୋର୍ଡ ୱେବସାଇଟରେ ଉଭୟ ରେଜଲ୍ଟ ଉପଲବ୍ଧ ରହିଛି । ସୂଚନା ଅନୁଯାୟୀ, ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ କରି ନଥିବା ଏବଂ ପରୀକ୍ଷା ଅବେଦନ ନ କରିଥିବା ପିଲା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । ଏଥିରେ ସମୁଦାୟ ୧ ହଜାର ୩୧୦ ଜଣ ପିଲା ଫର୍ମ ଫିଲପ କରିଥିଲେ । ସେଥିରୁ ୪୩୩ ଜଣ ପିଲା ପାସ୍ କରିଛନ୍ତି । ସମୁଦାୟ ପରୀକ୍ଷା ଦେଇଥିଲେ ୯୫୦ ପରୀକ୍ଷାର୍ଥୀ । ଏଥିରୁ ପରୀକ୍ଷା ଦେଇନାହାନ୍ତି ୩୬୦ ଜଣ ପରୀକ୍ଷାର୍ଥୀ । ଅନ୍ୟପଟେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ମଧ୍ୟ ୬୭୭୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ବୋର୍ଡ ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ପରୀକ୍ଷା ଦେଇଥିବା ଉଭୟ ଛାତ୍ରଛାତ୍ରୀ WWW.bseodisha.ac.in ରେ ପରୀକ୍ଷା ଫଳ ଦେଖିପାରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!