ଭୁବନେଶ୍ବର ,,୮ା୮: ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିବ ବିମାନ । ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ଶେଷ ହୋଇଥିବାବେଳେ ଡିଜିସିଏ ବିମାନ ଉଡ଼ାଣ ନିମନ୍ତେ ସବୁଜ ସଙ୍କେତ ଦେଇଛନ୍ତି। ଟର୍ସ, ବାରାକ, ଅଗ୍ନିଶମ କାର୍ଯ୍ୟାଳୟ ଭଳି ଅନ୍ୟାନ୍ୟ ଭିତ୍ତିଭୂମି କାମ ପ୍ରାୟ ସରିଯାଇଛି। କେବଳ ଉଢ଼ାଣକୁ ଅପେକ୍ଷା ରହିଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହା’ସହ ବିମାନ ଚଳାଚଳ ପାଇଁ DGCA ଲାଇସେନ୍ସ ପ୍ରଦାନ କରିଛନ୍ତି। DGCAର ଲାଇସେନ୍ସ ପରେ ଟୁଇଟ୍ କରି ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୁବଶୀଘ୍ର ଉତ୍କେଲା ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ ବୋଲି ଟୁଇଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |