କଟକ,୮।୮:ବାଇକରେ ଆସି ଯୁବକଙ୍କୁ ଗୁଳି କଲେ ୨ ଦୁର୍ବୃତ୍ତ|କଟକ ସଦର ଥାନା ଅନ୍ତର୍ଗତ ଶୁଭଦ୍ରାପୁର ଅଞ୍ଚଳରେ ଫୁଟିଲା ଗୁଳି । ଜଣେ ମୃତ । ମୃତକ ହେଲେ ଚିନ୍ତାମଣି ସାହୁ । ସେ କଟକ ଜିଲ୍ଲା ବାଙ୍କୀ ବାସିନ୍ଦା ଥିବା ବେଳେ ଶୁଭଦ୍ରାପୁର ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ସେ ଏଠି ରାଜମିସ୍ତ୍ରୀ ଭାବେ କାମ କରୁଥିଲେ |ଗୁଳିମାଳ କରିଥିବା ଦୁର୍ବୃତ୍ତ ହେଲେ ଶୁଭଦ୍ରାପୁର ଅଞ୍ଚଳର ଜଗନ ପ୍ରଧାନ ଓ ସମ୍ଭୁଆ ବୋଲି କହିଛନ୍ତି ମୃତକଙ୍କ ପତ୍ନୀ । କଣ ପାଇଁ ଗୁଳିକରି କରିଛନ୍ତି ତାହା ଅସ୍ପଷ୍ଟ । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ବଡ଼ ମେଡ଼ିକାଲ ପଠେଇଛି ପୋଲିସ । ତେବେ ଅଭିଯୁକ୍ତ ଜଗନ୍ ପ୍ରଧାନ ପ୍ରତିଥର ମୃତକଙ୍କ ଘରେ ବନ୍ଧୁକ ନେଇ ଯିବା ଆସିବା କରୁଥାଏ ବୋଲି କହିଛନ୍ତି ମୃତକଙ୍କ ପତ୍ନୀ । ମୃତକ ଚିନ୍ତାମଣିଙ୍କ ମୁଣ୍ଡରେ ଗୁଳି ବାଜିଛି ବୋଲି ଜଣା ପଡିଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିଛ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |