ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ତୃତୀୟ ଟ୍ବେଣ୍ଟି-୨୦

ଗୁୟାନା,୮।୮: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରାଜୟ ଏଡ଼ାଇବାକୁ ହେଲେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳକୁ କିଛି ନିର୍ଭିକ କ୍ରିକେଟ୍‌ ଖେଳିବାକୁ ହେବ। ଗାଏନାର ପ୍ରୋଭଡେନ୍ସ ଷ୍ଟାଡିୟମ୍‌ର ଧିମା ପିଚ୍‌ରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିବନି ବୋଲି ପାଣ୍ଡ୍ୟା ଦ୍ବିତୀୟ ମ୍ୟାଚ୍‌ ଟସ୍‌ ବେଳେ ସ୍ବୀକାର କରିଥିଲେ। ତେଣୁ ଅଧିକ ୧୦ରୁ ୨୦ ରନ୍‌ କିପରି ବାହାରିପାରିବ ତାହା ଉପରେ ଭାରତୀୟ ବ୍ୟାଟରଙ୍କୁ ଧ୍ୟାନ ଦେବାକୁ ହେବ।ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରିଛି। ଆଜି ଗୁୟାନାସ୍ଥିତ ପ୍ରୋଭିଡେନ୍ସ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ତୃତୀୟ ଟି -୨୦ ମ୍ୟାଚ ଖେଳାଯିବ।ଟି -୨୦ ଇଣ୍ଟରନ୍ୟାଶନାଲରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ଏ ପର୍ଯ୍ୟନ୍ତ ୨୭ ଥର ସଂଘର୍ଷ କରିଛନ୍ତି। ଏହି ସମୟ ମଧ୍ୟରେ ଟିମ ଇଣ୍ଡିଆ ୧୭ଟି ମ୍ୟାଚ ଜିତିଛ। ଯେଉଁଠାରେ ୱେଷ୍ଟଇଣ୍ଡିଜ ୯ଟି ମ୍ୟାଚ ଜିତିଛ। ଏହା ବ୍ୟତୀତ ଗୋଟିଏ ମ୍ୟାଚର ଫଳାଫଳ ବାହାରି ନ ଥିଲା।ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍‌ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା। ଏବେ ଭାରତ ୦-୨ରେ ପଛରେ ରହିଯାଇଛି। ଏହି ସୀମିତ ଓଭର ଫର୍ମାଟ୍‌ରେ ବ୍ୟାଟରଙ୍କୁ ଆରମ୍ଭରୁ ଅଧିକ ଶକ୍ତ ହୋଇ ଖେଳବାକୁ ପଡ଼ିବ। ହେଲେ ଈଶାନ କିଶନ, ଶୁବମନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବ ସେଭଳି କୌଣସି ମଜବୁତ୍‌ ପାଳି ଖେଳିପାରିନାହାନ୍ତି। ଶୀର୍ଷ କ୍ରମର ବିଫଳତା ମଧ୍ୟଭାଗ ଉପରେ ଅଧିକ ଚାପ ପକାଉଛି। ଯେଉଁଥିପାଇଁ ସଂଜୁ ସାମସନ୍‌ ଓ ତିଳକ ବର୍ମା ହାତଖୋଲା ସଟ୍‌ ଖେଳିପାରୁନାହାନ୍ତି। ତେଣୁ ଦିନିକିଆ ବିଶ୍ବକପ୍‌କୁ ନଜରରେ ରଖି ଗିଲ୍‌, କିଶନ୍‌ ଓ ସୂର୍ଯ୍ୟକୁମାର ସେମାନଙ୍କ ଲୟକୁ ଫେରିବା ଆବଶ୍ୟକତା ରହିଛି। ଭାରତୀୟ ବ୍ୟାଟିଂ କ୍ରମ ଅଧିକ ଗଭୀର ରହିଛି। ଅକ୍ଷର ପଟେଲ୍‌ ୭ ନମ୍ବରର ବ୍ୟାଟିଂ ଆସୁଥିବାରୁ ଦଳର ସନ୍ତୁଳନ ରକ୍ଷା ହେଉଛି ଓ ସମ୍ମାନଜକ ସ୍କୋର ‌ସଂଗ୍ରହ ହୋଇପାରୁଛି। ତେଣୁ ଏହି କ୍ରମରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା କମ୍‌ ରହିଛି। ତେବେ ସ୍ପିନରଙ୍କ ମଧ୍ୟରେ ଆହତ ହୋଇ ଦ୍ବିତୀୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା କୁଲଦୀପ ଯାଦବ ମଙ୍ଗଳବାର ‌ପଡ଼ିଆକୁ ଆସୁଛନ୍ତି କି ନାହିଁ ତାହା ଉପରେ ନଜର ରହିବ। ସ୍ପିନରମାନେ ଭଲ ବୋଲିଂ କରୁଥିଲେ ସୁଦ୍ଧା ଗତ ମ୍ୟାଚ୍‌ରେ ନିକୋଲାସ ପୂରନ୍‌ଙ୍କୁ ଚକ୍‌ମା ଦେବାରେ ବିଫଳ ହୋଇଥିଲେ। ୟୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କୁ ପୂରନ୍‌ ଧୂଲେଇ କରିଥିଲା ବେଳେ ଅକ୍ଷରଙ୍କୁ ବୋଲିଂ ସୁଯୋଗ ମିଳିନଥିଲା। ଏକ୍ଷେତ୍ରରେ କିଛିଟା ପରବର୍ତ୍ତନ ଆଶା କରାଯାଇପାରେ। ହାର୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହଙ୍କ ବଲ୍‌ ଭଲ ସୁଇଂ କରୁଥିଲେ ବି ମୁକେଶ କୁମାର ରନ୍‌ ବ୍ୟୟ କରିଚାଲିଛନ୍ତି। ତେଣୁ ତୃତୀୟ ମ୍ୟାଚ୍‌ରେ ଆୱେସ୍‌ ଖାନ୍‌ କିମ୍ବା ଉମ୍ରାନ୍‌ ମଲ୍ଲିକଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ରହିଛି|

ସମ୍ଭାବ୍ୟ ଭାରତ ୧୧: ଈଶାନ କିଶନ, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ସଂଜୁ ସାମସନ୍‌, ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ମୁକେଶ କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ୧୧: ବ୍ରାଣ୍ଡନ କିଙ୍ଗ୍‌, କାଇଲ୍‌ ମେୟର୍ସ, ଜନସନ୍‌ ଚାର୍ଲ୍ସ, ନିକୋଲାସ ପୂରନ, ରୋଭମାନ ପାୱେଲ୍‌, ସିମ୍ରନ ହେଟମାୟର, ରୋମରିଓ ସେଫର୍ଡ, ଜାସନ୍‌ ହୋଲ୍ଡର, ଅକିଲ ହୋସେନ୍‌, ଅଲଜାରି ଜୋସେଫ୍‌, ଓବେଦ୍‌ ମ୍ୟାକୟ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!