ରାଜ୍ୟର ୧୬ଟି ଜିଲ୍ଲାର ୬ ହଜାର ପ୍ରାଥମିକ ସ୍କୁଲକୁ ଅତ୍ୟାଧୁନିକ କରାଯିବ: ଗଣଶିକ୍ଷା ବିଭାଗ

ଭୁବନେଶ୍ୱର,୯ା୮:ରାଜ୍ୟର ୧୬ଟି ଜିଲ୍ଲାର ସରକାରୀ ସ୍କୁଲ୍‌ ଶ୍ରେଣୀ ଗୃହର ହେବ ନବକଳେବର। ଦରିରେ ବସିବେ ଛାତ୍ରଛାତ୍ରୀ ଏବଂ ରଙ୍ଗୀନ ଡେସ୍କରେ କରିବେ ଲେଖାପଢ଼ା।ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।୫ଟି ଉପକ୍ରମ ଅନୁସାରେ ରାଜ୍ୟର ଅନେକ ହାଇସ୍କୁଲକୁ ରୂପାନ୍ତରଣରେ ସାମିଲ କରାଯାଇଛି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ୧୬ଟି ଜିଲ୍ଲାର ଅନେକ ସ୍କୁଲର ପରିବେଶକୁ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀମାନେ କିପରି ଶିକ୍ଷା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବେ ସେହି ଲକ୍ଷ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ରାଜ୍ୟର ୧୬ଟି ଜିଲ୍ଲାର ୬ ହଜାର ପ୍ରାଥମିକ ସ୍କୁଲକୁ ଅତ୍ୟାଧୁନିକ କରାଯିବ । ଶ୍ରେଣୀଗୃହର ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ମରାମତି କରି ତାହାକୁ ଅଧିକ ଆକର୍ଷଣୀୟ କରାଯିବ । ଏହିସବୁ କାର୍ଯ୍ୟ ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଛି । ଏହାଫଳରେ ପିଲାଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ହେବା ସହ ସେମାନଙ୍କ ମଧ୍ୟରେ କୌତୁହଳ ଓ ଉତ୍ସାହ ସୃଷ୍ଟି ହେବ । ଶ୍ରେଣୀଗୃହର ବିକାଶ କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ସମସ୍ତ ବୈଷୟିକ ଶିକ୍ଷକ ଓ ବରିଷ୍ଠ ଶିକ୍ଷକ ସ୍କୁଲ ପରିଦର୍ଶନ କରିବା ସହ ତାଲିମ୍ ନେଇଛନ୍ତି ।ଶ୍ରେଣୀଗୃହର ପରିବେଶ ବଦଳିବା ଫଳରେ ପିଲାମାନେ ପଢ଼ିବା, ଲେଖିବା ଓ ଆବଶ୍ୟକ ଶିକ୍ଷା ଦକ୍ଷତା ହାସଲ କରିପାରିବେ । ଶ୍ରେଣୀଗୃହକୁ ଶିଶୁ ସୁଲଭ, ଆକର୍ଷଣୀୟ, ଆନନ୍ଦମୟ କରିବା ପାଇଁ ବିଭିନ୍ନ ପ୍ରକାରର କାନ୍ଥଚିତ୍ର, ଗ୍ରୀନ୍ ବୋର୍ଡ, ବୈଦ୍ୟୁତିକ ଉପକରଣ ଓ ଆଲୋକୀକରଣ, ଶିକ୍ଷା ସାମଗ୍ରୀ ଆଦି ପ୍ରଦର୍ଶନ କରାଯିବ । ପ୍ରାଥମିକ ଶିକ୍ଷା ପିଲାଙ୍କର ଶିକ୍ଷାର ମୂଳଦୁଆ ହୋଇଥିବା ବେଳେ ଏହି ସ୍ତରରୁ ଭବିଷ୍ୟତର ଉଚ୍ଚ ଶିକ୍ଷା ଗଢ଼ି ଉଠିଥାଏ । ଏହି ମୂଳଦୁଆକୁ ମଜବୁତ କରିବା ଲକ୍ଷ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ପ୍ରଚଳନ କରାଯାଉଛି । ଶ୍ରେଣୀଗୃହ ନିର୍ମାଣ ପୂର୍ବରୁ ପାଇଲଟ୍ ପ୍ରକଳ୍ପ ଭାବେ ରାଜଭବନ ଉଚ୍ଚ ପ୍ରାଥମିକ ସ୍କୁଲକୁ ଗ୍ରହଣ କରାଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!