ଇକ୍ୱାଡୋର,୯ା୮ : ଗତକାଲି ସନ୍ଧ୍ୟା ବେଳେ କ୍ୱିଟୋରେ ନିର୍ବାଚନ ପ୍ରଚାର ପ୍ରଚାର ରାଲି ସରିବା ବେଳେ ଉକ୍ୱାଡରର ରାଷ୍ଟ୍ରପତି ପ୍ରାର୍ଥୀ ଫର୍ଣ୍ଣାଣ୍ଡୋ ବିୟାହବିସେନସିଓଙ୍କୁ ଗୁଳି ମାରି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଭିଲାଭିକେନ୍ସିଓଙ୍କ କ୍ୟାମ୍ପନିଂ ଦଳର ଏକ ସଦଶ୍ୟ କହିଛନ୍ତି ଯେ, ଫର୍ଣ୍ଣାଣ୍ଡୋ କାରରେ ବସିବାକୁ ଯିବା ବେଳେ ଜଣେ ବ୍ୟକ୍ତି ତାଙ୍କ ସାମ୍ନାକୁ ଆସି ମୁଣ୍ଡରେ ଗୁଳି ଚଳାଇଲା ।ଇକ୍ୱାଡୋରରେ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଫର୍ଣ୍ଣାଡୋ ଭିଲାଭିକେନସିଓ(୫୯)ଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆସନ୍ତା ୨୦ ତାରିଖରେ ଇକ୍ୱାଡୋରରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପଦ ନିମନ୍ତେ ଦୌଡ଼ରେ ୮ ଜଣ ଅଛନ୍ତି। ୮ ଜଣଙ୍କ ମଧ୍ୟରୁ ଫର୍ଣ୍ଣାଡ଼ୋ ଭିଲାଭିକେନସିଓ ଜଣେ ପ୍ରମୁଖ ଦାବିଦାର ଥିଲେ। ଗତକାଲି ସନ୍ଧ୍ୟା ସମୟରେ ଫର୍ଣ୍ଣାଡୋ ଭିଲାଭିକେନସିଓ ଏକ ପ୍ରଚାର ଅଭିଯାନରେ ଯୋଗ ଦେବାକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ଫର୍ଣ୍ଣାଡୋ ଭିଲାଭିକେନସିଓ କାର୍ରୁ ଓହ୍ଲାଉଥିବାବେଳେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |